Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ନବରଙ୍ଗପୁର: ‘ବାପା ମୋତେ ନେଇଯିବେ ଭୋଳା ଶଙ୍କର’, ଘଞ୍ଚ ଜଙ୍ଗଲରେ ୮ ଦିନ ହେଲା ଯୁବତୀଙ୍କ କଠୋର ତପସ୍ୟା

10/11/2020 at 7:23 PM

ନବରଙ୍ଗପୁର୧୦/୧୧: ଘଞ୍ଚ ଜଙ୍ଗଲରେ ଯୁବତୀ ଧ୍ୟାନରେ ବସିବା ଘଟଣାକୁ ଆଜକୁ ୮ ଦିନ ହୋଇଗଲାଣି। ତାଙ୍କୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିଛି। କେବଳ ଲୋକଙ୍କ ଭିଡ଼ ଜମୁନାହିଁ, କିଏ ନଡିଆ ତ କିଏ କଦଳୀ, ଧୂପ ଏବଂ ଦୀପ ଧରି ସେଠାକୁ ଆସୁଛନ୍ତି। ନବରଙ୍ଗପୁର ଜିଲ୍ଲା ପୋଡ଼ାଗଡ ଜଙ୍ଗଲ ମଧ୍ୟରେ ଥିବା ଏକ ପାହାଡ଼ ତଳେ କିଛି ନଖାଇ ନପିଇ କାହା ସହ କଥାବାର୍ତ୍ତା ନ କରି ଏକ ଧ୍ୟାନରେ ବସିଛନ୍ତି ୨୨ ବର୍ଷୀୟ ଯୁବତୀ। ଯୁବତୀ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ଧାମରାଗୁଡା ଗ୍ରାମର କମୁଳୁ କଲାରଙ୍କ ଝିଅ ନିରାବତୀ।

୩ ତାରିଖରେ ଯୁବତୀ ତାଙ୍କ ବାପାଙ୍କୁ କହିଥିଲେ ଯେ, ସେ ଜଙ୍ଗଲରେ ୨୧ ଦିନ ଧ୍ୟାନରେ ବସିବେ। ଏହାପରେ ଭୋଳା ଶଙ୍କର ତାଙ୍କୁ ନେଇଯିବେ। ଘରୁ ୩ ନିଖୋଜ ପରେ ଝିଅ ଘଞ୍ଚ ଜଙ୍ଗଲରେ ତପସ୍ୟା କରୁଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ପରେ ସୋସିଆଲ ମିଡିଆ ଜରିଆରେ ଏହି ଘଟଣା ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା।

ଏହି ଜଙ୍ଗଲରେ ବାଘ, ଭାଲୁ, ଓ ଅନେକ ହିଂସ୍ର ଜନ୍ତୁ ରହୁଥିବା ବେଳେ ଯୁବତୀ ଜଣକ ଦିନ-ରାତି ଏହିଭଳି ତପସ୍ୟାରେ ବସି ରହିଛନ୍ତି। ଏହା ଦେଖି ଏକ ଦୈବୀ ଶକ୍ତି ଯୁବତୀଙ୍କ ଉପରେ ଆଶ୍ରୟ ହୋଇଥିବା ବିଶ୍ୱାସ କରୁଛନ୍ତି ସ୍ଥାନୀୟ ଲୋକ। ଏହି ବିଶ୍ୱାସ ରଖି ଲୋକେ ନଡ଼ିଆ, କଦଳୀ ଧରି ଯୁବତୀଙ୍କୁ ଦେଖିବା ପାଇଁ ଆସୁଛନ୍ତି। ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ଯୁବତୀ ଧ୍ୟାନ ବସୁଥିବା ଦେଖି ପରିବାର ଲୋକେ ଚିନ୍ତାରେ ଅଛନ୍ତି। କୌଣସି ପରିସ୍ଥିତିରେ ସେ ବନ୍ୟ ହିଂସ୍ର ଜନ୍ତୁଙ୍କ ଶିକାର ହୋଇପାରନ୍ତି। ତେଣୁ ପରିବାର ଲୋକେ ପୋଲିସର ସହାୟତା ଲୋଡିଛନ୍ତି।

   Related Posts