ଧାମନଗର ପେଟ୍ରୋଲ ପମ୍ପ ଭିତରେ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ; ଦେଖନ୍ତୁ ସିସିଟିଭିରେ କଏଦ ପୁରା ଘଟଣା

Published By : Prameya-News7 Bureau | December 30, 2018 IST

ଧାମନଗର ୩୦/୧୨ :ପେଟ୍ରୋଲ ଟାଙ୍କି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ | ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ଗୁହାଳିଆ ପାଖ ପେଟ୍ରୋଲ ପମ୍ପରେ ଘଟିଛି ଏହି ଘଟଣା | ଟାଙ୍କି ଭିତରେ ପଶି ଭଙ୍ଗାରୁଜା କରିବ ସହ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି | ସମସ୍ତ ଘଟଣା ସିସିଟିଭିରେ କଏଦରେ ହୋଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୁର୍ତ୍ତ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି | ଦୁର୍ବୁର୍ତ୍ତମାନେ ପେଟ୍ରୋଲ ଟାଙ୍କିର ଘର ଭାଙ୍ଗିବା ସହ କର୍ମଚାରୀଙ୍କୁ ମାଡ ମାରିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି | ଏହାସହ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା କର୍ମଚାରୀ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି |

{"id":68801}

ସୂଚନାଯୋଗ୍ୟ ଯେ, ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା | ପେଟ୍ରୋଲ ପମ୍ପ କର୍ମଚାରୀ ଏନେଇ ଆଜି ଅପରାହ୍ନରେ ଧାମନଗର ଥାନାରେ ଏତଲା ଦେଇଛନ୍ତି | କିଛି ଦିନ ପୂର୍ବରୁ ଗୁହାଳିଆ ପେଟ୍ରୋଲ ପମ୍ପର୍ଟେ କିଛି ଯୁବକ ତେଲ ପକେଇବା ପାଇଁ ଆସିଥିଲେ | ତେଲ ପକେଇବା ବେଳେ ଯୁବକମାନେ ମୋବାଇଲରେ କଥା ହେଉଥିଲେ | ମୋବାଇଲ କଥା ହେବାକୁ ପମ୍ପ କର୍ମଚାରୀ ବାରଣ କରିଥିଲେ | କାରଣ ପମ୍ପରେ ତେଲ ପକାଇବାବେଳେ ମୋବାଇଲରେ କଥା ହେଲେ ପମ୍ପରେ ନିଆଁ ଲାଗିଯାଇଥାଏ | ତେବେ କର୍ମଚାରୀଙ୍କ ତାଗିଦକୁ ଖାତିର କରିନଥିଲେ ଯୁବକ | ସେହି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ଯୁକ୍ତିତର୍କ ହାତାହାତି ପରିସ୍ଥିତିକୁ ମଧ୍ୟ ପଳେଇଥିଲା |

{"id":68802}

ଘଟଣାକୁ ନେଇ ପେଟ୍ରୋଲ ଟାଙ୍କିର ମାଲିକ ସ୍ଥାନୀୟ ଥାନାରେ ଏକ ଏତଲା ଦେଇଥିଲେ | ସେହି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ୪ଜଣ ଯୁବକ ବାଇକରେ ଆସି ଟାଙ୍କିରେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ | ୪ଜଣ ଯୁବକଙ୍କ ପଛେ ପଛେ ଦଳବଦ୍ଧ ଭାବେ ପାଖାପାଖି ୨୦ ଜଣ ଯୁବକ ଆସି କର୍ମଚାରୀ ମାଡ ମାରିବା ସହ ଟାଙ୍କିରେ ଭଙ୍ଗାରୁଜା କରିଥିଲେ |

{"id":68803}

ଟାଙ୍କି ମାଲିକ ଥାନାରେ ଏତଲା ଦେଇଛନ୍ତି ଯେ, ଦୁର୍ବୁର୍ତ୍ତମାନେ ତାଙ୍କଠାରୁ ପାଖାପାଖି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି | ଦୁର୍ବୁର୍ତ୍ତମାନେ ସାଙ୍ଗରେ ମାରଣାସ୍ତ୍ର ମଧ୍ୟ ନେଇ ଆସିଥିବା ଟାଙ୍କି ମାଲିକ ପୋଲିସକୁ କହିଛନ୍ତି |

ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କ କହିବା ଅନୁଯାୟୀ, ଉଭୟ ପକ୍ଷରୁ ଏତଲା ଦିଆଯାଇଛି | ଟାଙ୍କି ମାଲିକ ୫ଜଣ ଯୁବକଙ୍କ ନାଁରେ ଏତଲା ଦେଇଛନ୍ତି | ଅନ୍ୟ ୧୫ ଜଣ ଯୁବକଙ୍କ ନାଁ ଏବଂ ଠିକଣା ତାଙ୍କ ପାଖେ ନଥିବା ଟାଙ୍କି ମାଲିକ ପୋଲିସକୁ ସୂଚନା ଦେଇଛନ୍ତି |

{"id":68804}

ଅନ୍ୟପାଖରେ ଜଣେ ମହିଳା ଥାନାରେ ଏତଲା ଦେଇଛନ୍ତି ଯେ, ଟାଙ୍କି ମାଲିକ ଏବଂ କର୍ମଚାରୀ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଛନ୍ତି | ଯାହାଫଳରେ ତାଙ୍କ ସ୍ୱାମୀ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି | ଉଭୟ ପକ୍ଷର ଏତଲା ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ | ତେବେ ଟାଙ୍କି ହୋଇଥିବା ଜାଗାକୁ ନେଇ ମଧ୍ୟ ପୂର୍ବରୁ କିଛି ବିବାଦ ରହିଥିଲା ବୋଲି ଟାଙ୍କି ମାଲିକ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.