ସାବଧାନ ! ଆପଣଙ୍କ ପାଖକୁ ବି ଆସପାରେ ଏହି କଲ୍‌, ସିବିଆଇ କର୍ମଚାରୀ ହେଲେ ଠକାମୀର ଶିକାର

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୦୯: କ୍ରେଡିଟ୍‌ କାର୍ଡ ବ୍ୟବହାର କରି ରିଓ୍ବାର୍ଡ ପଏଣ୍ଟସ୍‌ ବଦଳରେ ଗିଫ୍ଟ ଦେବା ବାହାନାରେ ସିବିଆଇ କର୍ମଚାରୀଙ୍କୁ ଠକିଥିବା ଅଭିଯୋଗରେ ଦିଲ୍ଲୀ ସିଭିଲ୍‌ ଡିଫେନ୍ସ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ।  ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାଗରିକ ସୁରକ୍ଷା କର୍ମଚାରୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ୩ ଅଭିଯୁକ୍ତ ହେଉଛନ୍ତି ମନୀଷ, ଆଶିଷ ଓ ଅଭିଶେଖ। ତେବେ ଏହି ମାମଲାରେ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

wp:core-embed/twitter {"url":"https://twitter.com/ANI/status/1304675109463035905","type":"rich","providerNameSlug":"twitter","className":""}
https://twitter.com/ANI/status/1304675109463035905
/wp:core-embed/twitter

ଅଭିଯୁକ୍ତମାନଙ୍କ ପାଖରୁ ନଗଦ ୬ ଲକ୍ଷ ଟଙ୍କା, ୫ଟି ମୋବାଇଲ୍‌ ଫୋନ୍‌, ଗ୍ରାହକଙ୍କ ଡାଟା ଥିବା ୪ଟି ଲ୍ୟାପ୍‌ଟପ୍, ୧୨ ସିମ୍‌ କାର୍ଡ ଓ ୬ଟି ଏଟିଏମ୍‌ କାର୍ଡ ଜବତ କରିଛି ପୋଲିସ । ଏହାସହ ୮ଟି ବ୍ୟାଙ୍କ ଆକାଉଣ୍ଟ ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହିସବୁ ଆକାଉଣ୍ଟରୁ ଟଙ୍କା ଲେଣଦେଣ ହେଉଥିଲା। ଯାହାକୁ ପୋଲିସ ଫ୍ରିଜ୍‌ କରିଦେଇଛି। ଏହି ଗ୍ୟାଙ୍ଗ ଦେଶରେ ପାଖାପାଖି ୨୫୦ ବ୍ୟକ୍ତିଙ୍କୁ ଠକିସାରିଛନ୍ତି । କିନ୍ତୁ ଏହି ମାମଲା ସେତେବେଳେ ଜଣାପଡ଼ିଲା ଯେତେବେଳେ ଜଣେ ସିବିଆଇ କର୍ମଚାରୀ ଠକାମୀରେ ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ ।

ସିବିବଇ କର୍ମଚାରୀଙ୍କ ଅଭିଯୋଗ କ୍ରମେ, କ୍ରେଡିଟ୍‌ କାର୍ଡର ରିଓ୍ବାର୍ଡ ପଏଣ୍ଟସ୍‌ ବଦଳରେ ଗିଫ୍ଟ ମିଳିବା ନେଇ ଏକ ଫୋନ୍ କଲ୍‌ ତାଙ୍କ ପାଖକୁ ଆସିଥିଲା। ଗିଫ୍ଟ ପାଇବାକୁ ହେଲେ ପ୍ରଥମେ ୮୯୭୦ ଟଙ୍କ ପୈଠ କରିବାକୁ ପଡ଼ିବ। ଦିଆଯାଇଥିବା ଆକାଉଣ୍ଟରେ କର୍ମଚାରୀ ଜଣଙ୍କ ଟଙ୍କା ପୈଠ କରିଥିଲେ ହେଁ ଫୋନ୍ କରିଥିବା ବ୍ୟକ୍ତି ଆଉ କଲ୍‌ ରିସିଭ୍‌ କରିନଥିଲେ। ପରେ କର୍ମଚାରୀ ଜଣଙ୍କ ଦିଲ୍ଳୀ ଲୋଧି କଲୋନି ପୋଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ପୋଲିସ ମତରେ ଏହି ଗ୍ୟାଙ୍ଗ ସାରା ଦେଶରେ କାୟା ବିସ୍ତାର କରିଛି । ଏହାସହ ଲୋକଙ୍କୁ ଗିଫ୍ଟ ଦେବା ବାହାନାରେ ସେମାନଙ୍କ ପାଖରୁ ଟଙ୍କା ଠକି ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.