ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର

Published By : Prameya-News7 Bureau | November 28, 2020 IST

ଭୁବନେଶ୍ବର୨୮/୧୧: ନୟାଗଡ଼ର କୁନି ଝିଅ ପରୀ ହତ୍ୟା ଘଟଣା ଧୀରେ ଧୀରେ ରୋଚକ ମୋଡ ନେବାରେ ଲାଗିଛି। ପରୀକୁ ନ୍ୟାୟ ଦେବା ଲାଗି ଗୃହରେ ବିରୋଧୀ ହଙ୍ଗାମା କରୁଛନ୍ତି। ଏଥିଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡୁଛି। ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ପରୀ ହତ୍ୟା ମାମଲାର ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ ଏସ୍‌ପି ଆରକେ ଦୋରା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଆରସି ଥମ୍ବା, କ୍ରାଇମ୍‌ବ୍ରାଞ୍ଚ ଇନ୍‌ସପେକ୍ଟର ନରେନ୍ଦ୍ର ବେହେରା ଏବଂ ମମତା ପଣ୍ଡା ଏହି ଟିମ୍‌ରେ ରହିଛନ୍ତି।

ଏହି ୫ ଜଣିଆ ଟିମ୍ ଗଠନ ନେଇ ହାଇକୋର୍ଟଙ୍କୁ ସରକାର ଅବଗତ କରିଛନ୍ତି। ପରୀ ହତ୍ୟା ମାମଲାରେ ରାସ୍ତାଘାଟରେ ବିରୋଧୀ ନାରାବାଜି ଦେବା ଆରମ୍ଭ କରିଛନ୍ତି। ଗୃହରେ ବିରୋଧୀ ମଧ୍ୟ ହଟ୍ଟଗୋଳ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.