ତୁଳା କମ୍ପାନୀରେ ଅଗ୍ନି କାଣ୍ଡ, ଆଖି ପିଛୁଳାକେ ପୋଡି ପାଉଁଶ ହୋଇଗଲା ୩୦ ଲକ୍ଷ ଟଙ୍କାର ତୁଳା ବସ୍ତା
25/11/2020 at 6:56 PM

ଖୋର୍ଦ୍ଧା ୨୫।୧୧: ଖୋର୍ଦ୍ଧା ଜିଲ୍ଲା ଜାଆଁଳା ନିକଟସ୍ଥ ରାଧାଚରଣପୁରରେ ଥିବା ଏକ ତୁଳା କମ୍ପାନୀରେ ବୁଧବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଆସବା ପତ୍ର ସମେତ ଲକ୍ଷାଧିକ ଟଙ୍କାର ତୁଳା ଜଳିପୋଡି ପାଉଁଶ ହୋଇ ଯାଇଛି। ପ୍ରାୟ ୩୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖବର ପାଇ ଖୋର୍ଦ୍ଧା ଓ ଜଟଣୀ ରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି। ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।