ବାରୁଣାବନ୍ତ ପାହାଡରେ ଲାଗିଲା ନିଆଁ, ବହୁ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ

Published By : Prameya-News7 Bureau | February 28, 2021 IST

ଚଣ୍ଡିଖୋଲ ୨୮।୦୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାରୁଣା ବନ୍ତର ଜଙ୍ଗଲରେ ୮ କିଲୋମିଟର ପରିସରରେ ନିଆଁ ଲାଗିଛି। ଚଣ୍ଡିଖୋଲ ବନ ବିଭାଗ ଅନ୍ତର୍ଗତ ବାରୁଣାବନ୍ତ ପାହାଡରେ ଲାଗିଥିବା ଏହି ଭୟଙ୍କର ନିଆଁରେ ବହୁ ମୂଲ୍ୟବାନ ଗଛ  ଜଳିପୋଡି ପାଉଁଶ ହୋଇ ଯାଇଛି। କେହି ଜଣେ  ଦୁର୍ବୃର୍ତ୍ତ ନିଆଁ  ଲଗାଇ ପଳାଇ ଯାଇଥିବା ବନ ବିଭାଗ ସନ୍ଦେହ କରୁଛି।

{"id":416079,"sizeSlug":"large","linkDestination":"none"}

ଜଙ୍ଗଲରେ ନିଆଁ ଲାଗିବାରୁ ବହୁ ମୂଲ୍ୟବାନ ଗଛ ପୋଡିବା ସହ ବନ୍ୟଜନ୍ତୁ ପ୍ରଭାବିତ ହୋଇଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ  ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବି ହେଉଛି। ସଚେତନତା ଅଭାବ ଯୋଗୁଁ ବାରମ୍ବାର ଆଖପାଖ ଅଞ୍ଚଳରେ ଜଙ୍ଗଲ  ଜଳିନଷ୍ଟ ହେଉଛି। ସର୍ବସାଧାରଣ  ଲୋକ ମାନେ ଜଙ୍ଗଲକୁ ରକ୍ଷା କରିବା ପାଇଁ ଚଣ୍ଡିଖୋଲ ବନ ବିଭାଗଠାରେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.