ପୁରୀ୪/୩: ଏପ୍ରିଲ ପହିଲାରୁ ପୁରୀ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ବନ୍ଦ ହେବ। ମନ୍ଦିର ପରିସରରେ ପାନ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍। ଏହି ନିୟମ ଭକ୍ତ ଓ ସେବାୟତ ଉଭୟଙ୍କ ପାଇଁ ଲାଗୁ ହେବ। ବୁଧବାରରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
{"id":232893,"sizeSlug":"large"}ସେହିଭଳି ଏହି ବୈଠକରେ ଆସନ୍ତା ୮ରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ୯ରେ ଦୋଳପୂର୍ଣ୍ଣିମା ନୀତି ପାଇଁ ନିର୍ଘଣ୍ଟ ଚୁଡ଼ାନ୍ତ କରାଯାଇଛି ।
{"id":232894,"sizeSlug":"large"}ଉକ୍ତ ଦିବସରେ ରାତି ୩ଟାରୁ ଦ୍ବାରାଫିଟା ଯାଇ ନୀତି ଶୃଙ୍ଖଳିତ କରାଯିବ । ଠିକ୍ ସମୟରେ ମହାପ୍ରସାଦ ବାହାର କରିବା ପାଇଁ ସଂପୃକ୍ତ ୪ ନିଯୋଗ ସହ ଆଲୋଚନା ମାଧ୍ୟମରେ ପ୍ରୟାସ କରିବେ ।
{"id":232895,"sizeSlug":"large"}ଏଥି ସହ ଶ୍ରୀମନ୍ଦିର ଭିତରେ ଓ ବାହାର ଚାରି ପାଖରେ ଭିକ୍ଷାବୃତ୍ତିକୁ ନିଷିଦ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ନିଳାଦ୍ରୀ ନିଳୟ ଯୋଜନାକୁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି ।