Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଚାକିରୀରୁ ବହିଷ୍କାର ନୋଟିସ୍‌ ପାଇବା ମାତ୍ରେ ଫାଶି ଲଗାଇ ଆତ୍ମହତ୍ୟା କଲେ ମହିଳା କର୍ମଚାରୀ, ଶବ ପାଖରୁ ମିଳିଲା ସୁସାଇଡ୍ ନୋଟ୍

21/11/2019 at 5:07 PM

ହାଇଦ୍ରାବାଦ୨୧/୧୧: ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଏକ ଆଇଟି କମ୍ପାନୀର ପୋଗାକୁ ହରିଣୀ ନାମକ ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦର ଥିବା ଏହି  ଆଇଟି କମ୍ପାନୀରୁ କିଛି କର୍ମଚାରୀଙ୍କୁ ବାହାର କରାଯିବ ବୋଲି କମ୍ପାନୀ ନୋଟିସ୍‌ କରିଥିଲା। ଯେଉଁଥିରେ ଏହି ମହିଳା କର୍ମଚାରୀଙ୍କ ନାମ ଥିଲା। ଚାକିରି ଚାଲିଯିବା ଭୟରେ ମହିଳା କର୍ମଚାରୀ ଏଭଳି ନିଷ୍ପତ୍ତି ନେଇଥିବା କଥା ସୁସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ  ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଶବ ପାଖରୁ ଗୋଟିଏ ସୁସାଇଡ୍‌ ନୋଟ୍ ମଧ୍ୟ ଜବତ ହୋଇଛି। ମୃତ ମହିଳା କର୍ମଚାରୀ ଆଇଟି କମ୍ପାନୀ​‌ରେ ସପ୍ଟଓ୍ବେୟାର ଡେଭଲପ୍‌ର ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଚାଲିଯିବା ଭୟରେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା କଥା ସୁସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି। ମହିଳା କର୍ମଚାରୀ ନିଜ ରୁମ୍‌ରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ମାହବୁବ୍‌ନଗର ଜିଲ୍ଲାରେ ରହୁଥିବା ମହିଳା କର୍ମଚାରୀଙ୍କୁ ଆସନ୍ତା ଡିସେମ୍ବର ମାସରେ କମ୍ପାନୀରୁ ବାହାର କରି ଦିଆଯିବ ବୋଲି ନୋଟିସ ଦିଆଯାଇଥିଲା। କେବଳ ତାଙ୍କୁ ନୁହେଁ ଅନେକ କର୍ମଚାରୀଙ୍କୁ କମ୍ପାନୀ ନୋଟିସ୍ କରିଛି।

   Related Posts