Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଜଣେ ବାପା ହିଁ ଏମିତି : ଲକ୍‌ଡାଉନ୍‌ରେ ପୁଅର ଔଷଧ ପାଇଁ ସାଇକେଲ୍‌ରେ ଗଲେ ୩୦୦ କିଲୋମିଟର, ଲାଗିଲା ୩ ଦିନ

1/06/2021 at 4:35 PM

ବେଙ୍ଗାଲୁରୁ ୦୬/ ୦୧ : ପିଲାମାନଙ୍କୁ ପିତା-ମାତା ସର୍ବଦା ନିଃସ୍ବାର୍ଥପର ଭାବେ ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଆର୍ଶିବାଦ ଦେଇଥାନ୍ତି । ଯେତେବେଳେ କୌଣସି ଜିନିଷର ଆବଶ୍ୟକତା ପଡେ କଷ୍ଟ ହେଲେବି ମା-ବାପା ତାହାକୁ ପୂରଣ କରନ୍ତି । ତେଣୁ ନିଜର ପିଲାମାନଙ୍କ ପ୍ରତି ଭଲ ପାଇବାର ଗଭୀରତା ମାପିବା ହୁଏତ କଷ୍ଟସାଧ୍ୟ ହୋଇପଡିବ । ପୁଅ ପାଇଁ ବାପାର କର୍ତ୍ତବ୍ୟର ଆଉ ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ ।


ଆଉ ମାତ୍ର ଦିନ କେଇଟା ପରେ ରୋଗ ଶଯ୍ୟାରେ ପଡିଥିବା ପୁଅର ଔଷଧ ଶେଷ ହୋଇଯିବ । ଆଖପାଖ ବଜାରରେ ଯେତେ ଖୋଜିଲେ ମଧ୍ୟ ମେଡିସିନ୍‌ ମିଳିଲା ନାହିଁ । ଯେତେ ଯାହାକୁ ଅନୁରୋଧ କରିବା ପରେ ମଧ୍ୟ କେହି ଶୁଣିଲେନି । ଆଉ ଡେରି ନକରି ଶେଷରେ ବାଧ୍ୟ ହୋଇ ନିଜେ ବାହାରିପଡିଲେ ମେଡିସିନ ପାଇଁ । ମଇଶୂର କୋପ୍ପାଲୁ ଗାଁର ୪୫ ବର୍ଷୀୟ ଆନନ୍ଦ ପୁଅର ମେଡିସିନ୍‌ ଆଣିବା ପାଇଁ ସାଇକେଲରେ ପ୍ରାୟ ୩୦୦ କିଲୋମିଟର ଯାତ୍ରା କରି ବେଙ୍ଗାଲୁରୁରେ ପହଞ୍ଚିଥିଲେ । ସେଠାରୁ ଏକ ମେଡିସିନ ଦୋକାନରୁ ଔଷଧ ଆଣି ପୁଣି ଫେରିଥିଲେ ନିଜ ଗା କୋପ୍ପାଲୁକୁ । ସୁଦୂର ବେଙ୍ଗାଲୁରୁ ଯାଇ ପୁଅ ପାଇଁ ଔଷଧ ଆଣିବା ପାଇଁ ଆନନ୍ଦଙ୍କୁ ୩ ଦିନ ସମୟ ଲାଗିଥିଲା ।

Image


ପୁଅର ଚିକିତ୍ସାକୁ ନେଇ ଆନନ୍ଦ କହିଛନ୍ତି ‘ ମାତ୍ର ୬ ମାସର ହୋଇଥିବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲା ପୁଅ । ଡାକ୍ତର କହିଥିଲେ ୧୮ ବର୍ଷ ହେବା ଯାଏଁ ପ୍ରତିଦିନ ଔଷଧ ଖାଇବାକୁ ପଡିବ । ଏପରି ହେଲେ ପୁଅ ଠିକ୍‌ ହୋଇଯିବ । ଲକଡାଉନ୍‌ ଥିବାରୁ ଗାଡିମଟର ବନ୍ଦ ରହିଛି । ଘର ପାଖରେ ଯେଉଁ ଔଷଧ ଦୋକାନ ରହିଛି ସେଠାରେ ଉକ୍ତ ମେଡିସିନ ଉପଲବ୍ଧ ନଥିଲା । କେତେ କାହାକୁ ଗୁହାରି କରିଥିଲେ ମଧ୍ୟ କେହି ଶୁଶିନଥିଲେ । ଅନ୍ୟପଟେ ପୁଅ ମେଡିସିନ ନଖାଇଲେ ଗୋଟିଏ ଦିନ ମଧ୍ୟ ରହିପାରିବ ନାହିଁ । ବୁଧବାର ସୁଦ୍ଧା ମେଡିସିନ ଶେଷ ହେବାକୁ ଥିବବେଳେ ଡେରି ନକରି ରବିବାର ଦିନ ସାଇକେଲ ନେଇ ବାହାରିଥିଲି ବେଙ୍ଗାଲୁରୁ । ରାତି ହୋଇଯିବାରୁ ଏକ ମନ୍ଦିରରେ ଶୋଇଥିଲି। ପରଦିନ ଅର୍ଥାତ ସୋମବାର ଡାକ୍ତରଖାନାରେ ପହଞ୍ଚି ମେଡିସିନ ଆଣିଥିଲି ଏବଂ ସେହିଦିନ ହିଁ ଫେରିଥିଲି । ମଙ୍ଗଳବାର ଘରେ ପହଞ୍ଚିବା ପରେ ଆଶ୍ବସ୍ଥି ଲାଗିଥିଲା ।’

Image

ସତରେ ପିଲାମାନଙ୍କ ପାଇଁ ପିତାମାନଙ୍କ ଭଲପାଇବା ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ଏପରି ପିତାଙ୍କୁ ଶତ ସହସ୍ର ସଲାମ

   Related Posts