Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପରିବା ପାଇଁ ଚାଷୀଙ୍କୁ ହତ୍ୟା, ଫୋରେନ୍‌ସିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାର୍ଡ଼ ଆରମ୍ଭ କଲା ଛାନ୍‌ଭିନ୍‌…

6/01/2020 at 5:27 PM

ଭଦ୍ରକ୬/୧: ଭଦ୍ରକ ଜିଲ୍ଲା ଧାମନଗର କାଞ୍ଜିଆପାଳ ଗାଁରେ ପରିବା ଚାଷୀଙ୍କୁ ନିର୍ମମ ହତ୍ୟା । କ୍ଷେତ ଜଗିବାକୁ ଯାଇଥିବା କୌଣସି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ଘଟଣାସ୍ଥଳରେ ଫୋରେନ୍‌ସିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାର୍ଡ଼ ପହଞ୍ଚି ଛାନ୍‌ଭିନ୍‌ କରିଛି । ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସବୁବେଳେ ଚୋରି କରୁଥିଲେ । ଏବେ ଧରାପଡ଼ିଯିବାରୁ ଜୀବନରେ ମାରିଦେଲେ । ଭଦ୍ରକ ଜିଲ୍ଲା ଧାମନଗରରେ ପରିବା ଚାଷୀଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କ୍ଷେତ ଜଗିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ମୃତକ ହେଲେ କାଞ୍ଜିଆପାଳ ଗାଁର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି । ତାଙ୍କୁ ସ୍ଥାନୀୟ ଅଂଚଳର ଅଜୟ ରାଉତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ସବୁବେଳେ ଅଜୟ ପୂର୍ଣ୍ଣଚନ୍ଦ୍ରଙ୍କ କ୍ଷେତରୁ ପରିବା ଚୋରି କରୁଥିବା ବେଳେ ଧରାପଡ଼ିଯିବା ଭୟରେ ଗତକାଲି ଏଭଳି କାଣ୍ଡ ଭିଆଛି ବୋଲି କୁହାଯାଉଛି ।

ଅଭିଯୋଗ ପରେ ଘଟଣାସ୍ଥଳକୁ ଯାଇ ଛାନଭିନ୍‌ କରିଥିଲା ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ଼ । ସଂଧାନୀ କୁକୁର ଅଭିଯୁକ୍ତ ଅଜୟ ରାଉତ ଘରକୁ ଟ୍ରେସ୍‌ କରିବା ପରେ ତାକୁ ଧରି ଆଣି ପଚରା ଉଚରା ଚଳାଇଛି ଧାମନଗର ପୋଲିସ ।

କୋଉଠି ଟଙ୍କା ସୁନା ପାଇଁ ମର୍ଡ଼ର ହେଉଛି ଏଠି ପରିବା ପାଇଁ ପରିବା ଚାଷୀଙ୍କୁ ହତ୍ୟା ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ହୋଇଛି । ତେବେ ସେ ଯାହା ହେଉନା କାହିଁକି ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡବିଧାନ ପାଇଁ ପୋଲିସ ତା’ର ତଦନ୍ତର ସମସ୍ତ ଦିଗ ଉପରେ ଅଧିକ ଯତ୍ନବାନ୍‌ ହେବାକୁ ଦାବି ହୋଇଛି ।

   Related Posts