Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ଅସହାୟତାଙ୍କୁ ସହାୟତାର ହାତ : ୮୦ଟି ଗାଁର ୬୦୦୦ପରିବାରକୁ ଖାଦ୍ୟ ସାମଗ୍ରୀ ଦାନ କଲେ ଦାନବୀର ଚାଷୀ

14/04/2020 at 11:05 AM

ଜୋଧପୁର ୧୪/୪: କରୋନା ସଙ୍କଟ ସମୟରେ ଅଭାବୀଙ୍କୁ ସାହାଯ୍ୟ କରିବାର ଅନେକ ଘଟଣା ସାମନାକୁ ଆସୁଛି। ପ୍ରାୟ ଲୋକ ନିଜ କ୍ଷମତା ଅନୁସାରେ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏପରି ଏକ ପରିବାର ହେଉଛି ଉମ୍ମେଦନଗରରେ ରହୁଥିବା ଚାଷୀ ପାବୁରାମ ମଣ୍ଡା ଏବଂ ତାଙ୍କ ପତ୍ନୀ ମୁନ୍ନିବାଇଙ୍କର। ସେମାନେ ତାଙ୍କ ଜୀବନ ଯାକର ପୁଞ୍ଜି ୫୦ଲକ୍ଷ ଟଙ୍କା ଅଭାବୀଙ୍କ ସାହାଯ୍ୟ ପାଇଁ ଦାନ କରିଛନ୍ତି। ଏହା ଜରିଆରେ ୮୦ଟି ଗାଁର ପାଖାପାଖି ୬୦୦୦ପରିବାରରେ ସାହାଯ୍ୟରେ ଲାଗିଛନ୍ତି।

ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ସେମାନେ ସେହି ସମସ୍ତ ପରିବାରକୁ ଚିହ୍ନଟ କରିଛନ୍ତି,ଯେଉଁମାନେ ଲକଡାଉନ୍ ଯୋଗୁଁ ଅସୁବିଧାରେ ରହୁଛନ୍ତି। ମଣ୍ଡା ପରିବାର ଏବେ ସୁଦ୍ଧା ୨ହଜାରରୁ ଅଧିକ ପରିବାରକୁ ଜିନିଷ ପହଞ୍ଚାଇସାରିଛନ୍ତି,ବାକି ପରିବାରକୁ ପରିବା ଏବଂ ଅନ୍ୟ ସାମଗ୍ରୀ ପଠାଯାଉଛି। ଏହି କାମରେ ତାଙ୍କ ପୁଅ ରାମନିବାସ ମଧ୍ୟ ସାମିଲ ଅଛନ୍ତି।

ପାବୁରାମ ମଣ୍ଡାଙ୍କ ଜଣେ ପୁଅ ଡା. ଭାଗୀରଥ ମଣ୍ଡା ଆଇଆରଏସ ଅଧିକାରୀ ଏବଂ ବର୍ତମାନ ସେ ଦିଲ୍ଲୀରେ ଡେପୁଟି ଇନକମ୍ ଟ୍ୟାକ୍ସ କମିଶନର ଅଛନ୍ତି। ଭାଗୀରଥ କହିଛନ୍ତି ଯେ  ସେ କେବେ ଭାବିନଥିଲେ ଯେ ବୟସ୍କ ବାପା ମାଆ ଏହପରି ତୁରନ୍ତ କିଛି କରିବେ ଏବଂ ଜୋଧପୁରର ପାଖାପାଖି ୮୦ଗାଁରେ ଭୋଜନର ବ୍ୟବସ୍ଥା କରିବେ। ତାଙ୍କ ପୁଅ ହେବା ଅତ୍ୟନ୍ତ ଗୌରବର କଥା।

   Related Posts