ଭଣ୍ଡାରୀପୋଖରୀରେ ବିଷ ପିଇ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
26/08/2018 at 11:14 PM

ଭଦ୍ରକ ୨୭/୮ : ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଭଣ୍ଡାରୀପୋଖରୀ ଥାନା ଝୁଣ୍ଟୁଣା ଅଞ୍ଚଳର ଘଟଣା । ଗୁରୁତର ଚାଷୀ ହେଲେ ଗୌରାଙ୍ଗ ଦଳେଇଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ବାଲି ମାଫିଆମାନେ ବାଲି ଚାଲାଣ କରିବା ସହ ଲୋକଙ୍କ ଚାଷ ଜମି ନଷ୍ଟ କରିଦେଉଛନ୍ତି । ଗୌରାଙ୍ଗଙ୍କର ପ୍ରାୟ ୧୦ ଗୁଣ୍ଠ ଜମିର ତଳିକୁ ମାଫିଆମାନେ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଚାଷ ଜମିର ଏମିତି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗିପଡି ବିଷପିଇ ଦେଇଥିଲେ ଗୌରାଙ୍ଗ । ଗାଁରେ ଦୀର୍ଘଦିନ ଧରି ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଥିବାବେଳେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
Related Posts
ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ
22 May 2022