Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ଧବିଶ୍ବାସ : ୨୦ବର୍ଷ ପୂର୍ବରୁ ମରି ସାରିଥିବା ବ୍ୟକ୍ତିଙ୍କ ଆତ୍ମା ନେବାକୁ ହସ୍ପିଟାଲ ପହଞ୍ଚିଲା ପରିବାର

5/05/2019 at 1:42 PM

କୋଟା ୫/୫: ବିଜ୍ଞାନ ଯୁଗରେ ଆଜି ବି ମଣିଷ ଅନ୍ଧବିଶ୍ବାସର ଜାଲରେ ଆବଦ୍ଧ ହୋଇ ରହିଛନ୍ତି। ଏପରି ଏକ ଅନ୍ଧବିଶ୍ବାସର ଘଟଣା ଘଟିଛି ହାଡ଼ୈାତି ସମ୍ଭାଗରେ। ଏଠାରେ ଥିବା ଏକ ବଡ଼ ହସ୍ପିଟାଲରେ ବାରମ୍ବାର ଗାଁ ଲୋକେ ମୃତକଙ୍କ ଆତ୍ମା ନେବାକୁ ଆସିଥାଆନ୍ତି। ଏହି ହସ୍ପିଟାଲ ନାଁ ହେଉଛି ଏମବିଏସ୍ ହସ୍ପିଟାଲ। ଗତ ଶନିବାର ଏମବିଏସ ହସ୍ପିଟାଲରେ ଏକ ଅନ୍ଧବିଶ୍ବାସର ଘଟଣା ଦେଖିବାକୁ ମିଳିଛି। ଗାଁ ଲୋକମାନେ ହସ୍ପିଟାଲ ପରିସରରେ ପୂଚାର୍ଚ୍ଚନା କରିଥିଲେ ଏବଂ ମୃତକଙ୍କ ଆତ୍ମାକୁ ସାଙ୍ଗରେ ନେଇଯାଇଥିଲେ।

ବିଜୋଳିଆ ବାସିନ୍ଦା ଗୁମାନ ସିଂହଙ୍କ ମୃତ୍ୟୁ ୨୦ବର୍ଷ ପୂର୍ବରୁ ଏମବିଏସ୍ ହସ୍ପିଟାଲରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା। ଗୁମାନ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା। ଏଥିପାଇଁ ପରିବାରର ବୟସ୍କ ବ୍ୟକ୍ତି ସେମାନଙ୍କୁ ଦେବତାଙ୍କ ଶରଣ ଯିବାକୁ ପରାମର୍ଶ ଦେଇଥିଲେ। ଦେବତା ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଗୁମାନ ସିଂହଙ୍କ ଆତ୍ମା ହସ୍ପିଟାଲରେ ଶାନ୍ତି ପାଇନାହିଁ। ଏଥିପାଇଁ ପରିବାର​ ଲୋକେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଦେବତାଙ୍କ ପରାମର୍ଶରେ ମୃତକଙ୍କ ପୁଅ ଜିତୁ ନିଜ ପରିବାର ଲୋକଙ୍କ ସହ ଏମବିଏସ୍ ହସ୍ପିଟାଲରେ ନିଜ ବାପାଙ୍କ ଆତ୍ମା ନେବାକୁ ପହଞ୍ଚିଥିଲେ। ପରିବାର ଲୋକେ ହସ୍ପିଟାଲ ପରିସରରେ ପୂରା ବିଧି ବିଧାନ ସହକାରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ସେଠାରେ ନୟାପୁରା ପୋଲିସ୍ ପହଞ୍ଚିଥିଲା। ଏହାପରେ ପୋଲିସ୍ ପରିବାର ଲୋକଙ୍କୁ ବୁଝାଇଥିଲେ ଏବଂ ସେମାନଙ୍କୁ ସେଠାରୁ ବିଦା କରିଥିଲେ। ଏହାପରେ ପରିବାର ଲୋକେ ନୂଆ ହସ୍ପିଟାଲ ପହଞ୍ଚିଥିଲେ। ସେଠାରେ ହସ୍ପିଟାଲର ମୁଖ୍ୟ ଗେଟରେ ପରିବାର ଲୋକେ ଦୀପ ଲଗାଇଥିଲେ।

 କୁହାଯାଉଥିଲା ଯେ ଏହି ସମୟରେ ଜଣେ ମହିଳାଙ୍କ ଶରୀରରେ ଦେବତା ପ୍ରକଟ ହୋଇଥିଲେ। ସେ ହାତରେ ମାଳା ନେଇ ନୃତ୍ୟ କରିଥିଲେ। ମହିଳାଙ୍କ କାର୍ଯ୍ୟକଳାପ ଦେଖି ହସ୍ପିଟାଲ ଲୋକମାନେ ଏହା ଦେଖିବାକୁ ଜମା ହୋଇଯାଇଥିଲେ। କୋଟାର ସରକାରୀ ହସ୍ପିଟାଲରେ ଏପରି ଘଟଣା ପ୍ରଥମ ଥର ହୋଇନାହିଁ। ଏହା ପୂର୍ବରୁ ମଧ୍ୟ ହସ୍ପିଟାଲ ପରିସରକୁ ଆତ୍ମା ନେବାକୁ ଆସିବା ଘଟଣା ଘଟିଛି। କିନ୍ତୁ ଚିନ୍ତାର ବିଷୟ ଏହିକି ଯେ ଆଜିର ବିଜ୍ଞାନ ଓ ପ୍ରଯୁକ୍ତି ଯୁଗରେ ବି ମଣିଷ ଅନ୍ଧବିଶ୍ବାସରୁ ବାହାରକୁ ବାହାରି ପାରୁନାହିଁ।

   Related Posts