ଟଏଲେଟ୍‌ରେ ବିତୁଛି ଜୀବନ -ଯେ।ଜନାଠୁ ଅନେକ ଦୂରରେ ହିତାଧିକାରୀ

Published By : Prameya-News7 Bureau | October 17, 2019 IST

ସୁବର୍ଣ୍ଣପୁର ୧୭।୧୦ - ଜନ୍ମ ପୂର୍ବରୁ ଶ୍ମଶାନ ଘାଟ ଯାଏ ସରକାରଙ୍କର କେତେ କଣ ଯେ।ଜନା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଓ ଅବହେଳା ମନେ।ବୃତ୍ତି ପାଇଁ ଯେ।ଜନାଠୁ ଅନେକ ଦୂରରେ ହିତାଧିକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କର୍ଣ୍ଣପାଲି ଗାଁରେ । ସ୍ବଚ୍ଛ ଭାରତରେ ତିଆରି ପାଇଖାନା ପାଲଟିଛି ରସାନନ୍ଦଙ୍କ ପରିବାରର ସାହାରା । ବର୍ଷ ହେଲା ଦୟନୀୟ ଅବସ୍ଥାରେ ଟଏଲେଟରେ ପଡି ରହିଛିନ୍ତି ତାଙ୍କ ପରିବାର ।

{"id":171107}

ଟଏଲେଟରେ ଚାଲିଛି ରେ।ଷେଇ । ଜିନିଷ ସବୁ ଖୁନ୍ଦାଖୁନ୍ଦି ହେ।ଇ ରହିଛି । ଶେ।ଇବା ଦୂରର କଥା ବସିବାକୁ ବି ଟିକିଏ ଯାଗା ନାହିଁ । ଦୟନୀୟ ଅବସ୍ଥାରେ ଏଇଠି ବର୍ଷେ ହେଲା ରହୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କର୍ଣ୍ଣପାଲି ଗାଁର ଗାରସାନନ୍ଦ ପ୍ରଧାନଙ୍କ ପରିବାର । ଦୀର୍ଘ ବର୍ଷ ହେଲା ଗାଁ ପଡିଆରେ କୁଡିଆ ଘରଟିଏ କରି ରହୁଥିଲେ ରସାନନ୍ଦ । ହେଲେ ଗତ ବର୍ଷାରେ ମାଟି ଘରଟି ଭାଙ୍ଗି ଗଲା । ଆଉ ଅର୍ଥ ଅଭାବରୁ ଘର ଖଣ୍ଡେ କରିପାରିଲେନି ରସାନନ୍ଦ । ତେଣୁ ବାଧ୍ୟ ହେ।ଇ ସରକାର ଦେଇଥିବା ପାଇଖାନା ଘରେ ପଡି ରହିଛନ୍ତି ଏହି ପରିବାର ।

{"id":171108}

ରସାନନ୍ଦଙ୍କ ଘର ଦେଇ ନିୟମିତ ଯିବାଆସିବା କରୁଛନ୍ତି ସରକାରୀ ବାବୁମାନେ । ହେଲେ କାହାର ନଜର ପଡିନି ତାଙ୍କ ଉପରେ । ଅନେକ ଥର ସ୍ଥାନୀୟ ସରପଞ୍ଚ, ବିଡିଓ, ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ବି କହି ଶୁଣୁନାହାନ୍ତି । ସରକାର ଇନ୍ଦିରାବାସ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଓ ଅସହାୟ ପରିବାରକୁ ଚିହ୍ନଟ କରି ବାସଗୃହ ଯୋଗାଇ ଦେଉଥିବା ବେଳେ ରସାନନ୍ଦଙ୍କୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯେ।ଗ କରିଛନ୍ତି ଗ୍ରାମବାସୀ । ସେପଟେ ଖୁବ ଶୀଘ୍ର ରସାନନ୍ଦଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ ।

{"id":171109}

ସରକାର ଗରିବ ଅସହାୟ ଓ ଖଟିଖିଆମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । କିନ୍ତୁ ପ୍ରଶାସନିକ ଆନ୍ତରିକତା ଅଭାବ ଯେ।ଗୁଁ ସୁଫଳ ପାଇପାରୁନାହାନ୍ତି ପ୍ରକୃ୍ତ ହିତାଧିକାରୀ ।

{"id":171110}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.