ହସ୍ପିଟାଲ୍‌ ଭିତରେ ମୃତ ନବଜାତ ଶିଶୁକୁ ଧରି ବୁଲୁଛି କୁକୁର, ହୋ ହାଲ୍ଲା କରିବାରୁ କୁକୁରଟି...

Published By : Prameya-News7 Bureau | October 07, 2021 IST

ବଲାଙ୍ଗିର, ୦୭/୧୦: ନବଜାତକ ଶିଶୁର ମୃତଦେହ ଧରି ମେଡ଼ିକାଲ୍ ପରିସରରେ ବୁଲିଲା କୁକୁର। ଆଜି ଏପରି ଦୃଶ୍ୟ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ପରିସରରେ ଦେଖିବାକୁ ମିଳିଛି । ଗୋଟିଏ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସପିଟାଲ ପରିସରରେ ଘୂରି ବୁଲୁଥିଲା। ମେଡିକାଲ୍ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ଏପରି ଦୃଶ୍ୟ ଦେଖି ପାଟିତୁଣ୍ଡ କରିଥିଲେ। ଲୋକଙ୍କ ହୋ-ହାଲ୍ଲା ଯୋଗୁ କୁକୁରଟି ହସ୍ପିଟାଲ୍ ପରିସରରେ ଥିବା ଏଟିଏମ୍ କାଉଣ୍ଟର ନିକଟରେ ଶିଶୁର ଖଣ୍ଡବିଖଣ୍ଡିତ ମୃତଦେହ ପକାଇ ଚାଲିଯାଇଥିଲା।

ବର୍ତ୍ତମାନ ସୁଦ୍ଧା ମୃତ ଶିଶୁର ପରିଚୟ ମିଳିପାରି ନାହିଁ। ମେଡ଼ିକାଲରେ ମୃତ୍ୟୁ ହୋଇଥିବା ଏହା ପୂର୍ବରୁ କିଛି ଦିନ ତଳେ ହସ୍ପିଟାଲ୍ ଡ୍ରେନ୍ ଭିତରୁ ଜଣେ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଶିଶୁମାନଙ୍କ ମୃତଦେହ ଫିଙ୍ଗୁଛି କିଏ? ସେ ନେଇ ଅଧିକ ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.