ଏକ ନିଆରା ମଣିଷ ‘ଗୌରୀ ନାନୀ ‘-ଘର ପାଇଁ ସିନା ଅଲୋଡା ହଲେ ପ୍ରତି ଦିନ ପଶୁଙ୍କ ପାଇଁ ସେ ଲୋଡା

Published By : Prameya-News7 Bureau | August 25, 2019 IST

ବାସୁଦେବପୁର(ଗୈ।ତମ ଦେ)୨୫।୮- ରେ ବାଉ....ମୋ ଧନ... ଏ ରଘୁ ..... ମୋ କାଳିଆ ପେଚା କୁଆଡେ ଗଲରେ ଆସ ଭୋକ ହେବଣି ଖାଇବ ଆସ। ଏକେଉ  ମାଆର ତାର ଅଝଟିଆ ଛୁଆ ପାଇଁ ଡାକ ନୁହେଁ କିମ୍ବା ମଂଚସ୍ତ ନାଟକର ସଂଳାପ ନୁହେଁ ଏ ଡାକ ହେଉଛି ଗୌରୀ ନାନୀର। ବାର ବୁଲା କୁକୁର ହେଉ ଅବା ବିରାଡି କିମ୍ବା ଛେଳି ଏହି ମାନଙ୍କୁ ନେଇ ତାର ସଂସାର। ଯାହାକୁ ଦେଖତ୍ଲେ ବାଟ ଚଲା ଲୋକଟିଏ ଅଟକିଯାଏ ଓ ଘଡିଏ ଭାବି ବସେ ଆଜିର ବ୍ୟସ୍ତ ବହୁଳ ଜୀବନରେ ପୁଣି ଏ ପ୍ରକାର ଲୋକ ସମାଜରେ ଅଛି? ଯିଏ ନିଜ ପେଟ ପୁରୁକି ନପୁରୁ ପ୍ରଥମେ ଚିନ୍ତା। କରିଥାଏ ଏହି ଜୀବଜନ୍ତୁଙ୍କ କଥା।

{"id":148907}

ବାସୁଦେବପୁର ନିର୍ବ।ଚନ ମଣ୍ଡଳିର ଐତିହାସିକ ପୀଠ ରକ୍ତତୀର୍ଥ ଇରମ। ପାଖକୁ ଲାଗିଛି ଏହି ଗଁ। ରଥପଦା। ଚାରି ପାଖରେ ଜନବସତି, ବିଦ୍ୟାଳୟ ଓ କିଛି ଦେବାଦେବୀ ମନ୍ଦିର । ତାହା ମଝିରେ ରହୁଛି ଗୌରୀ ସ୍ବାଇଁ। ଯାହାକୁ ଲୋକେ ଅତିଶ୍ରଦ୍ଧାରେ ଡାକିଥାଆନ୍ତି ଗୌରୀ ନାନୀ। ବୟସ ଆସି ୬୫ ଛୁଇଁଲାଣି। ଘର ସଂ।ସାର ବୋଲି ତାର କିଛି ନାହିଁ। ଏହି ଗୃହପାଳିତ ପଶୁ ମାନେ ତାର ଜୀବନ ଓ ତାର ସବୁକିଛି। ଯିଏ ନିଜର ଖାଇବା ଆଗରୁ ଚିନ୍ତା କରୁଛି ଏହି ପଶୁମାନଙ୍କ କଥା। ସେଇଥତ୍ପାଇଁ ତ ଗୌରୀନାନୀ ସକାଳୁ ସକାଳୁ ଘରୁ ବାହାରୀ ବଜାରରେ ନିଜେ ଚାହା ପିଇ ପରେ ପଶୁ ମାନଙ୍କ ପାଇଁ ବିସ୍କୁଟକିଣି ଡାକ ପକାଇଥାଏ। ପରେ ଗୌରୀନାନୀ ପଛରେ ଗୁଡାଇ ଥାଆନ୍ତି କୁକୁର, ବିଲେଇ,ଛେଳି  ଓ ଗୋରୁ ଗାଈ। ସେମାନଙ୍କୁ ଗୌରୀ ନିଜ ହାତରେ ଖୁଆଇ ଦେଇଥାଏ ବିସ୍କୁଟ ଓ ତେଲଛଣା ଖାଦ୍ୟ। ଠିକ୍ ମାଆ ପାଖରେ ତାର ପିଲାଟି ଯେଉଭଲି ଭାବେ ଖୁସିରେ ଖାଇଦେଇଥାଏ ସେମିତି ଗୌରି ନାନିର ସ୍ନେହ ଆଦର ପରସରେ ଏମାନେବି ଖାଇଦେଇଥାଆନ୍ତି। କାହା ମୁଣ୍ଡ ଆଉଁସି ଦେଇ ସେ କହିଥାଏ ମୋ ଗେହ୍ଲାଟା ଶୁଖତ୍ଗଲାଣି ଓ କାହା ପେଟତଳେ ହାତ ମାରି କହିଥାଏ ତୁ ଆଜିକାଲି ଦୁଷ୍ଟ ହୋଇଗଲୁଣି।

{"id":148908}

ଗୌରୀ ନାନୀର ଜନ୍ମ  ନୁଆଗଁ। ପଂଚାୟତର ଉହାଡ ଗାଁ। ବାପା ରାମକୃଷ୍ଣ ସ୍ବାଇଁ ଜଣେ ଶିକ୍ଷକ ଥିଲେ। ପୁଅଟିଏ ଓ ଝିଅଟିକୁ ନେଇ ବେଶ ସୁଖର ସଂସାର ଗଢିଚାଲିଥତ୍ଲା। ହଲେ ହଠାତ୍ ଢାଙ୍କି ଆସିଲା କଳାବାଦଲ। ଗୋଟିଏ ବୋଲି ପୁଅ କେଉ ଏକ ଅଜଣା ରୋଗରେ ପୀଡିତ ହୋଇ ଆାରପାରିକୁ ଚାଲିଗଲା। ବାପା ମଧ୍ୟ କିଛିଦିନ ପରେ ସେହି ଚିନ୍ତାରେ ଆଖି ବୁଜିଲେ। ତା ପରେ ଦାଉ ସାଜିଲେ ପୋଡଶୀ ମାନେ। ଜୀବନ ବିକଳରେ ମାଆ ଝିଅ ପଳାଇ ଆସିଲେ ଏହି ରଥପଦା ଗାଁକୁ। ଗଁ। ଲୋକେ ସାହାଯ୍ୟ କଲେ। ଘରଟିଏ କରିଦେଇ ମାଆ ଝିଅକୁ ମୁଣ୍ଡ ଗୁଁଜିବା ପାଇଁ ଆଶ୍ରାଦଲେ । ଏହାମଧ୍ୟରେ ବାରଦ୍ବାର ବୁଲି ଭିକ୍ଷାବୃତି କରି ମାଆ ଝିଅ ଚଳୁଥାଆନ୍ତି। ହଲେ ଦଇବ ସହିଲା ନାହିଁ। ହଠାତ୍ ମାଆ ଆଖି ବୁଜିଲା। ଏବେ ଗୌରୀର ଏ ଦୁନିଆରେ ଆଉ କେହି ବୋଲି ନାହାନ୍ତି। ସେ ଆଦରୀ ନେଇଛି ଏଇ ପଶୁ ସମାଜକୁ।

{"id":148909}

ଯେଉଁ ମାନଙ୍କ ମୁହଁକୁ ଚାହିଁ ସେ ସାରା ଜୀବନ ଅବିବାହିତ ରହିଯାଇଛି ଓ ସବୁ ଦୁଖକୁ ସୁଖ ମଣୀ ଏହି ପଶୁ ମାନଙ୍କ ସହିତ ସମୟ ବିତାଉଛି।  ସରକାରୀ ସ୍ଥରରେ ଏକ ମାସିକ ଭତ୍ତା ସମେତ ଏକ ମୋ କୁଡିଆ ଯୋଜନାରେ ସ୍ଥାୟୀ ବାସଗୃହଟିଏ । ପାଉଛନ୍ତି ୫ଶହ ଟଙ୍କା ଭତ୍ତା। ଗୌରୀ ନାନୀ ନିଜେ ଚଳିବା ସହିତ ବିଭିନ୍ନ ପଶୁ ମାନଙ୍କୁ ପ୍ରତିଦିନ ଦୁଇ ପକେଟ୍ ୧୦ ଟଙ୍କିଆ ବିସକୁଟ୍  ଓ କିଛି ତେଲ ଛଣା,ମୁଢି ଚୁଡା ଭଜା ଦେଇଥାଏ। ଏହାବ୍ୟତିତ   ଗଁ।ରେ ଯଦି କେହି କବେ ଗାଈଟିଏ ବିକିଦିଏ ତବେ ଗୌରୀ ନାନୀ ଆଖରେ ଆଖିଏ ଲୁହ ନେଇ ତାର କାନ୍ଦଣା ଲହରୀରର ଗୀତ ପରିବାରର ମୁଖିଆକୁ ଜଣାଇଥାଏ। କାହଁକି ବିକିଦେଲୁ ମୋ ଗାଈକୁ ବୋଲି ଏକ ନିଷ୍ପାପ ହୃଦୟରେ ଅଭିଯୋଗ କରିଥାଏ।

{"id":148910}

ଏହିପରି ଜଣେ ସରଳ ନିଷ୍କପଟ ମଣିଷ ଆଜିର ସମାଜରେ ମିଳିବା ଖୁବ୍ କଷ୍ଟ। ଯିଏ ଯିବେ ଦୟା କହୁଥିବା ଉକ୍ତିକୁ କେବଳ ଭାଷଣ ବାଜିରେ ସୀମିତ ରଖଛନ୍ତି ସେମାନଙ୍କ ପାଇଁ ଗୌରୀନାନି ଏକ ବିରଳ  ଦୃଷ୍ଟାନ୍ତ ।

{"id":148911}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.