ଅଲଗା ପ୍ରେମ କାହାଣୀକୁ ନେଇ ବବାଲ୍‌- ଆଗ୍ରାରେ ୫୦ ବର୍ଷୀୟ ମହିଳା ଓ ୨୦ ବର୍ଷୀୟ ଯୁବକଙ୍କ ପ୍ରେମବିବାହ

Published By : Prameya-News7 Bureau | January 24, 2020 IST

ଆଗ୍ରା - କୁହାଯାଏ ପ୍ରେମ ବୟସ ମାନେନା । ଏପରି ଏକ ଘଟଣା ଆଗ୍ରାରେ ଘଟିଛି । ୫୦ ବର୍ଷୀୟ ମହିଳାଙ୍କର ଜଣେ ୨୦ ବର୍ଷିୟ ଯୁବକଙ୍କ ସହ ପ୍ରେମ ହୋଇଛି । ଏହି ମହିଳା ଆଗରୁ ବିବାହିତା । ତାଙ୍କର ୭ ଜଣ ପୁଅଝିଅ ଅଛନ୍ତି । ୫ ଜଣ ନାତି ନାତୁଣୀ ବି ଅଛନ୍ତି । ମାତ୍ର ଏହି ମହିଳାଙ୍କ ପ୍ରେମକୁ ନେଇ ଏବେ ହୋ ହଲ୍ଲା । ଏବେ ମାମଲା ଯାଇ ଥାନାରେ ପହଞ୍ଚିଛି । ପୁଲିସ ବି ମାମଲାକୁ ନେଇ ଏବେ ବେଶ୍ ଚିନ୍ତାରେ ।

ବୟସ୍କା ମହିଳା ଏବେ ଯୁବକଙ୍କୁ ପ୍ରେମ କରିବା ପାଇଁ ବେଶ୍‌ ହଟଚମଟ ହୋଇଛି । ମାତ୍ର ମହିଳା ଜଣଙ୍କ ଯୁବକଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି । ପୁଲିସ ଯେତେ ବୁଝାଇଲେ ବି ବୁଝିବାରୁ ନାରାଜ । ଯୁବକଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରି ବସିଛନ୍ତି । ଯୁବକ ବି ମହିଳାଙ୍କ ପ୍ରେମରେ ଅନ୍ଧ ସେ ବି ବିବାହ ପାଇଁ ପୁରା ରାଜି । ଦୁଇ ଜଣେ ଏବେ ପରସ୍ପରକୁ ଜୀବନସାଥୀ ଭାବେ ପାଇବା ପାଇଁ ବ୍ୟାକୁଳ ।

ଦୁଇ ଜଣଙ୍କ ପରିବାର ଲୋକ ଏବେ ଦୁଇ ଜଣଙ୍କ ବୁଝାଇ ବୁଝାଇ ନୟାନ୍ତ ହୋଇ ଗଲେଣି । ମାତ୍ର କେହି ବୁଝିବା ପାଇଁ ନାରାଜ । ମହିଳାଙ୍କ ପୁଅ ଝିଅ ବାହା ହୋଇ ସାରିଲେଣି । ତାଙ୍କର ନାତି ନାତୁଣୀ ବି ଅଛନ୍ତି । ମହିଳାଙ୍କ ପତି ଓ ପୁଅ ଥାନାରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ପରେ ଯୁବକଙ୍କ ପରିବାର ଲୋକ ଥାନାରେ ପହଞ୍ଚିଥିଲେ । ଦୁଇ ପକ୍ଷ ଥାନାରେ ପରସ୍ପରକୁ ଗାଳି ଦେଇଥିଲେ । ହାତା ହାତି ହେବା ଅବସ୍ଥାରେ ପୁଲିସ ସମସ୍ତଙ୍କୁ ଅଟକାଇଥିଲା ।
ପରେ ଥାନାରେ ମହିଳା ଓ ଯୁବକ ପହଞ୍ଚିଥିଲେ । ଉଭୟ ଉଭୟଙ୍କ ବିବାହ କରିବା ପାଇଁ ଜିଦି କରୁଥିଲେ । ପରିବାର ଲୋକଙ୍କ ସହ ପୁଲିସ ବି ବୁଝାଇବା ପାଇଁ ଲାଗିଥିଲା । ମାତ୍ରେ କେହି ମାନିବା ପାଇଁ ପ୍ରସ୍ତୁତ ନଥିଲେ । ପୁଲିସ ବୁଝାଇବାରେ ହାର ମାନିବା ପରେ ଯୁବକଙ୍କ ବିରୋଧରେ ଶାନ୍ତି ଭଙ୍ଗ କରୁଥିବା ମାମଲା ରୁଜୁ କରିଛି ।

ଏବେ ଦୁଇ ଜଣଙ୍କୁ ଘରେ ପୁରାଇ ଦିଆଯିବ ନାହିଁ ବୋଲି ଉଭୟଙ୍କ ପରିବାର ଲୋକ କହିଛନ୍ତି । ଏଥିରେ ବି ରାଜି ହୋଇ ଦୁଇ ଜଣ ଘର ଛାଡି ଦେବେ ବୋଲି କହିଛନ୍ତି । ଗତ ଦୁଇ ବର୍ଷ ଧରି ଏହି ଦୁଇ ଜଣଙ୍କର ଅବୈଧ ସମ୍ପର୍କ ଥିବା କଥା କହିଛନ୍ତି । ଏବେ ଦୁଇ ଜଣ ବିବାହ କରିବେ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.