ନିଜକୁ ପାଇଲଟର ପରିଚୟ ଦେଇ ୧୫ଥର ବିମାନରେ ଯାତ୍ରା କରିଥିବା ଯୁବକ ଗିରଫ

Published By : Prameya-News7 Bureau | November 20, 2019 IST

ନୂଆଦିଲ୍ଲୀ ୨୦।୧୧: ଦିଲ୍ଲୀ ପୋଲିସ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ନକଲି ପାଇଲଟ ଗିରଫ ହୋଇଛି । ନକଲି ପାଇଲଟ ବସନ୍ତକୁଞ୍ଜ ଅଞ୍ଚଳର ରାଜନ ମହବୁବାନି ବୋଲି ଜଣାପଡିଛି । ପୋଲିସ ନକଲି ପାଇଲଟ ପୋଷାକ ଧାରୀଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି ।

{"id":187101,"sizeSlug":"large"}

ମଙ୍ଗଳବାର ସନ୍ଧ୍ୟା ସମୟରେ ଦିଲ୍ଲୀ ଏୟାରପୋର୍ଟର ଜଣେ  ସୁରକ୍ଷା ଅଧିକାରୀ ଅଭିଯୋଗ କରିଥଲେ କି ଜଣେ ବ୍ୟକ୍ତି ଏୟାରପୋର୍ଟରେ ନକଲି  ପୋଷାକ ପିନ୍ଧି ବୁଲୁଛନ୍ତି  । ପୋଷାକରେ ତାଙ୍କ ନାମ ରାଜନ ମହବୁବାନି ଲେଖାଅଛି । ପୋଲିସ ତୁରନ୍ତ ଖବର ପାଇ ରାଜନଙ୍କୁ  ଗିରଫ  କରିବା ସହ ତାଙ୍କ   ନିକଟରେ ଏକ ନକଲି ପରିଚୟ ପତ୍ର ମଧ୍ୟ ଜବତ କରିଛି ।

{"id":187102,"sizeSlug":"large"}

ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ବ୍ୟକ୍ତି ଜଣଙ୍କ ନିଜ ଦୋଷ ସ୍ବୀକାର ସହ ,ସେ ପୂର୍ବରୁ ଏହିଭଳି ନକଲି ପାଇଲଟ ପୋଷାକରେ ୧୫ଥର ଯାତ୍ରା କରିସାରିଥିବା କହିଛି । ସେ ପାଇଲଟଙ୍କୁ ମିଳୁଥିବା ସମସ୍ତ ସୁବିଧା ମଧ୍ୟ ହାସଲ କରିଥିବା ସ୍ବୀକାର କରିଛି  । ନକଲି ପାଇଲଟ ଜଣଙ୍କ  ପାଇଲଟ ଡ୍ରେସ କଲିକତାରେ ତିଆରି କରିଥିଲା , ବିଭିନ୍ନପ୍ରକାରର  ୟୁନିଫର୍ମ ପିନ୍ଧି ଫଟୋ ଉଠାଇବା ସହ ଟିକଟିକ ଭିଡିଓ କରିବା  ମଧ୍ୟ  କରୁଥିଲା ।

ସେନାବାହିନୀର କର୍ଣ୍ଣଲ ଡ୍ରେସ ତିଆରି କରିଥିବା କଥା ମଧ୍ୟ ସେ କହିଛି । ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।  ଗିରଫ ବ୍ୟକ୍ତି ନାମରେ କୌଣସି ବ୍ୟକ୍ତି ପାଇଲଟ ଭାବେ ଏୟାରଲାଇନ୍ସରେ ଚାକିରି କରୁନଥିବା ଏୟାରପୋର୍ଟର ସୁରକ୍ଷା ଅଧିକାରୀ ପୋଲିସକୁ ଜଣାଇସାରିଛିନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.