ରାତି ବିତାଇବା ପରେ ଗ୍ରାହକଙ୍କ ‘ସେକ୍ସ କାର୍ଡ’ ତିଆରି କରୁଥିଲା ଦେହଜୀବୀ, ଦେଉଥିଲା ରେଟିଂ…

Published By : Prameya-News7 Bureau | January 28, 2021 IST

ନ୍ୟୁୟର୍କ ୨୮/୦୧: କରୋନା ମହାମାରୀ ସମୟରେ ଲାଗିଥିବା ଲକ୍‌ଡାଉନ ପାଇଁ ଦେହଜୀବୀମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଦେହଜୀବୀ ଦି ଓଳି ଖାଇବାକୁ ଟଙ୍କା ପାଉନଥିବା ନେଇ ମଧ୍ୟ ଖବର ଦେଖିବାକୁ ମିଳିଛି। କିନ୍ତୁ ପରବର୍ତ୍ତୀ ସମୟରେ ଲାଇଭ୍‌ ସେକ୍ସର ଚାହିଦା ବଢ଼ିଥିଲା ଏବଂ ସେମାନେ ଦୁଇ ପଇସା ରୋଜଗାର କରିଥିଲେ। ନିଜର ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦେହଜୀବୀଟିଏ ସବୁ ପ୍ରକାର ପ୍ରଚେଷ୍ଟା କରେ। ଗ୍ରାହକ ଖୁସି ହେଲେ ଦୁଇ ପଇସା ଅଧିକ ଦେବ ତାର ପେଟ ପୋଷା ହେବ। କିନ୍ତୁ ଏମିତି ଜଣେ ଦେହଜୀବୀ ଯାହାଙ୍କ ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଚାଲିଛି।

ମହିଳା ଜଣଙ୍କ ଦୀର୍ଘ ୧୦ ବର୍ଷ ଧରି ଯେଉଁମାନଙ୍କ ସହ ରାତି ବିତାଇଛନ୍ତି ତାଙ୍କର ଗୋଟିଏ ଗୋଟିଏ ‘ସେକ୍ସ କାର୍ଡ’ କରିଛନ୍ତି। ଏଥିରେ ସମସ୍ତ ବିବରଣୀ ମଧ୍ୟ ଉଲ୍ଲେଖ ରହିଛି। ସେଦିନ ରାତି କେମିତି କଟିଥିଲା ପାଖରୁ ଆରମ୍ଭ କରି ତାହା ‘ଆରାମଦାୟକ ନା କଷ୍ଟଦାୟକ’ ଏସବୁ ଲେଖା ଅଛି। ଏହା ସହ ‘ସେକ୍ସ କାର୍ଡ’ରେ କ୍ଲାଏଣ୍ଟଙ୍କ ନା, ଗାଁ ଓ ଠିକାଣା ବି ଲେଖି ରଖିଛନ୍ତି ଦେହଜୀବୀ।

ଆମେରିକାର ନ୍ୟୁୟର୍କରେ ଥିବା ମିଲର (ଛଦ୍ମନାମ) ନାମକ ଏହି ମହିଳାଙ୍କ ଏକ ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହେଉଛି। ଦୀର୍ଘ ଦଶ ବର୍ଷ ଧରି  କ୍ଲାଏଣ୍ଟଙ୍କ ପାଇଁ କରିଥିବା ‘ସେକ୍ସ କାର୍ଡ’ ଗୋଟିଏ ପରେ ଗୋଟିଏ ଦେଖାଇ ସେ ଏହି ଭିଡିଓ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ତାଙ୍କୁ ଫୋନ୍‌ ଆସୁଥିବା ମଧ୍ୟ ଜଣାପଡ଼ିଛି।

{"id":400122,"sizeSlug":"large","linkDestination":"none"}

ଜଣେ ଗ୍ରାହକଙ୍କ ସମ୍ପର୍କରେ ଭିଡିଓରେ  ମିଲର କହିଛନ୍ତି, ‘ମୁଁ ଏହି ପିଲାକୁ ଜୁନରେ ଭେଟିଥିଲି, ଯିଏକି ପେଶାରେ ଜଣେ ମତ୍ସ୍ୟଜୀବୀ। ଆମେ ପ୍ରତି ଦୁଇରୁ ୩ ସପ୍ତାହରେ ଦେଖା କରୁଥିଲୁ। ସେ ମୋତେ ଟିକେ ଅଧିକ ସମୟ ରୋକି ଦେଇଥିଲା। ମୋତେ ଅଜବ ଲାଗିଥିଲା। ପରେ ସେ ଫେରି ଆସିଥିଲା। କହିଥିଲା ମୁଁ ଦୁଃଖିତ। ସେହି ରାତିରେ ଆମେ ଏକ ହୋଟେଲ୍‌ରେ ଥିଲୁ।’ ପରେ ନଭେମ୍ବର ୬ରେ ମିଲର ଇନଷ୍ଟାଗ୍ରାମରେ ଏକ ମେସେଜ୍‌ ପାଇଥିଲେ। ଜଣେ ଯୁବତୀ ତାଙ୍କୁ ପଚାରିଥିଲେ ‘ତୁମେ ସେହି ଯୁବକ(ମତ୍ସ୍ୟଜୀବୀ)ଙ୍କ ସହ ଶୋଇଥିଲ ?’

ଜବାବରେ ମିଲର କହିଥିଲେ, ‘ହଁ ମୁଁ ତାଙ୍କ ସହ ୬ ମାସ ହେଲା ରହିଛି’ ପରେ ଯୁବତୀ ଜଣଙ୍କ କହିଥିଲେ, ‘ମୁଁ ତାଙ୍କ ଗାର୍ଲଫ୍ରେଣ୍ଡ। ବର୍ଷେ ହେଲା ଆମେ ସମ୍ପର୍କରେ ଅଛୁ।’ ପରେ ଯୁବକଙ୍କ ସହ ମିଶିବା ବନ୍ଦ କରିଦେଇଥିଲେ ମିଲର। ଅନ୍ୟପଟେ ମିଲରଙ୍କ ପାଖରେ ଗ୍ରାହକଙ୍କ ‘ସେକ୍ସ କାର୍ଡ’ ଦେଖି ୟୁଜର ଆଶ୍ଚର୍ଯ୍ୟ।

କେହି କେହି ମିଲରଙ୍କ ଠାରୁ ସମ୍ପୂର୍ଣ୍ଣ କାହାଣୀ ଶୁଣିବାକୁ ଇଚ୍ଛା କରୁଥିବା ବେଳେ କେହି ଏହି କାହାଣୀକୁ ନେଇ ସିରିଜ୍‌ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ‘ ଲାଜ କରିବାର କିଛି ନାହିଁ। ସିରିଜ୍‌ ଆରମ୍ଭ କର, ମୁଁ ଟଙ୍କା ଖର୍ଚ୍ଚ କରିବି।’ ସମସ୍ତ କ୍ଳାଏଣ୍ଟଙ୍କ କଥା ଓ ରେଟିଂ ଶୁଣିବେ ବୋଲି ଜଣେ ୟୁଜର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.