ଅନୁଗୁଳ ୫୫ ନମ୍ବର ଜାତୀୟପଥରୁ ଏକ ଗଳିତ ଶବ ଉଦ୍ଧାର

Published By : Prameya-News7 Bureau | May 20, 2020 IST

ଅନୁଗୁଳ୨୦/୫: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ନୂଆଁ ବଡ଼କେରା ନିକଟରେ ଅଜଣା ବ୍ୟକ୍ତିର ଗଳିତ ଶବ ପଡିଛି। ମୃତ ବ୍ୟକ୍ତିର ପରିଚୟ ମିଳିନାହିଁ। ସକାଳୁ ସକାଳୁ ସ୍ଥାନୀୟ ଲୋକ ମାନେ ଏହି ଶବକୁ ରାସ୍ତା କଡରେ ପଡିଥିବା ଦେଖି ଭିଡ଼ ଜମାଇଛନ୍ତି। କେହି ମାରି ଫିଙ୍ଗି ଦେଇ ଥିବା କିମ୍ବା ସଡକ ଦୁର୍ଘଟଣାର ରୂପ ଦେବା ପାଇଁ ଏପରି ଚେଷ୍ଟା କରିଥିବା ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି। ତେବେ ଘଟଣା ସ୍ଥଳରେ ବନ୍ତଳା ଜରପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ପରେ ସତ୍ୟାସତ ଜଣାପଡିବ ବୋଲି ପୋଲିସ କହୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.