Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ନିଟ୍ ପାସ୍ କରାଇ ଦେବା ପାଇଁ ଡିଲ୍ ହୋଇଥିଲା ୫୦ ଲକ୍ଷ, ପରୀକ୍ଷାର୍ଥୀଙ୍କ ବଦଳରେ ପରୀକ୍ଷାରେ ବସିଲେ ଆଉ ଜଣେ, ରେଡ୍ ହ୍ୟାଣ୍ଡ ଧରିଲା ପୋଲିସ

6/12/2021 at 9:21 PM

ବାରଣାସୀ ୦୫।୧୨:  ଯେଉଁଠି ଡାକ୍ତରୀ ପ୍ରବେଶିକା ପରୀକ୍ଷା(ନିଟ୍)ରେ କୃତକାର୍ଯ୍ୟ ପାଇଁ ପିଲାମାନେ ଦିନରାତି ପରିଶ୍ରମ କରନ୍ତି, ସେଠି ପଇସା ନେଇ ନିଟ୍‌ରେ ପାସ୍ କରାଇବା ମାମଲା ମଧ୍ୟ ସାମ୍ନାକୁ ଆସିଛି। ନିଟ୍‌ ପାସ୍ ପାଇଁ ୫୦ ଲକ୍ଷ ଟଙ୍କାର ମାମଲା ସାମ୍ନାକୁ ଆସିଛି। ନିଟ୍ ସାଲଭର ଗ୍ୟାଙ୍ଗ୍‌ ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି। ପୋଲିସ ସାଲଭର ଗ୍ୟାଙ୍ଗ ସହ ନିଟ୍ ପାସ୍ କରାଇ ଦେବା ପାଇଁ ଡିଲ୍ କରିଥିବା ହିନା ଓ ତାଙ୍କ ପିତା ଗୋପାଳ ବିଶ୍ଵାସଙ୍କୁ ଗିରଫ କରିଛି। ହିନାଙ୍କୁ ମେଡିକାଲ କଲେଜ୍‌ରେ ଆଡମିଶନ ପାଇଁ ଗ୍ୟାଙ୍ଗ ୫୦ ଲକ୍ଷ ଟଙ୍କା ଡିଲ୍ କରିଥିଲେ। ପୋଲିସ ବାପା ଏବଂ ଝିଅଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଇଛି। ସେଠାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ବାରଣାସୀରେ ସାରନାଥର ଏକ ସ୍କୁଲରେ ସେପ୍ଟେମ୍ବର ୧୨ରେ ଏନଇଇଟି ପରୀକ୍ଷାରେ ସାଲଭର ଗ୍ୟାଙ୍ଗର ହେରଫେର ମାମଲା ସାମ୍ନାକୁ ଆସିଥିଲା। ପୋଲିସ ପରୀକ୍ଷା କେନ୍ଦ୍ରରୁ ହିଁ ହିନା ବିଶ୍ଵାଳଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ବିଏଚୟୁର ବିଡିଏସର ଛାତ୍ରୀ ଜୁଲି କୁମାରୀ ଏବଂ ଏହାର ମା ବବିତା ଦେବୀଙ୍କୁ ଗିରଫ କରିଛି। ଏହା ପରଠୁ ଏ ପର୍ଯ୍ୟନ୍ତ ସାଲଭର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ନିଲେଶ ସିଂହ ଓରଫ ପିକେ ସହିତ ୧୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ତ୍ରିପୁରାର ଧଲାଇ ଜିଲ୍ଲାର ଏଡିସି ସାଉଥ କଚୁଚାରା ବାସିନ୍ଦା ଗୋପାଳ ବିଶ୍ଵାସ କହିଛନ୍ତି, ସେ ମେଡିକାଲ ଷ୍ଟୋର ଚଲାନ୍ତି। ସେ ଝିଅ ହିନାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ। ଝିଅର ଆଡମିଶନ ଏମବିବିଏସରେ କରାଇବା ପାଇଁ ସେ ତ୍ରିପୁରାର ପ୍ରଦୀପ୍ତ ଭଟ୍ଟାଚାର୍ଯ୍ୟ ଏବଂ ମୃତ୍ୟୁଞ୍ଜୟ ଦେବନାଥଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟ ନିଲେଶ ଓରଫ ପିକେ ଏବଂ ଡ. ଓସାମା ସାହିଦଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଡିଲ୍ ଚୂଡାନ୍ତ ହୋଇଥିଲା। ଅଗ୍ରୀମ ଭାବେ ୫ ଲକ୍ଷ ଟଙ୍କା ପ୍ରଦୀପ୍ତ, ମୃତ୍ୟୁଞ୍ଜୟ ଏବଂ ନିଲେଶ ଓରଫ ପିକେଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା।

ଏହା ପରେ ପରୀକ୍ଷା ଦେବା ପାଇଁ ଜୁଲି କୁମାରୀ ଏବଂ ହିନାଙ୍କ ଫଟୋକୁ ଯୋଡା ଯାଇ ଫର୍ମ ଭରା ଯାଇଥିଲା। ସେପ୍ଟେମ୍ବର ୧୨ରେ  ହିନାଙ୍କ ସ୍ଥାନରେ ଜୁଲି କୁମାରୀ ପରୀକ୍ଷାରେ ବସିଥିଲେ। ସେହି ସମୟରେ ବାରଣାସୀର ସର୍ଭିଲାନ୍ସ ଦଳ ଏବଂ ସାରନାଥ ଥାନାର ପୋଲିସ ଦଳ ଜୁଲିଙ୍କୁ ଗିରଫ କରିଥିଲେ।

ପରୀକ୍ଷା ପାଇଁ ବିମାନରେ ଦିଲ୍ଲୀ

ଗୋପାଳ ବିଶ୍ଵାସ କହିଛନ୍ତି, ପରୀକ୍ଷା ପାଇଁ ପ୍ରଦୀପ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ଝିଅ ହିନା ସେପ୍ଟେମ୍ବର ୯ରେ ଏୟାର ଇଣ୍ଡିଆ ବିମାନରେ ଅଗରତାଲାରୁ ଦିଲ୍ଲୀ ଯାଇଥିଲେ। ତିନି ଦିନ ସେମାନରେ ଦିଲ୍ଲୀର ଅନେକ ସ୍ଥାନ ଭ୍ରମଣ କରିଥିଲେ। ଏହା ପରେ ସେପ୍ଟେମ୍ବର ୧୩ରେ ଦିଲ୍ଲୀରୁ ଏୟାର ଇଣ୍ଡିଆ  ବିମାନରେ ତିନି ଜଣ ଅଗରତାଲା ପହଞ୍ଚିଥିଲେ। ଏହା ପରେ ଜୁଲି କୁମାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା। ଗୋପାଳ ବିଶ୍ଵାସ ଝିଅ ହିନାଙ୍କୁ ଘରେ ଛାଡ ଫେରାର ହୋଇ ଯାଇଥିଲେ। ଏହା ପରେ ମାମଲାର ଛାନଭିନ୍ କରାଯାଇ ପୋଲିସ ଅନେକଙ୍କୁ ଗିରଫ କରି ସାରିଲାଣି।

   Related Posts