ଅନ୍ତିମ ସଂସ୍କାରକୁ ଅପେକ୍ଷା କରି କରି ଶବ ପାଲଟିଲା କଙ୍କାଳ, ସାମ୍ନାକୁ ଆସିଲା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା

Published By : Prameya-News7 Bureau | September 15, 2020 IST

ଇନ୍ଦୋର ୧୫।୦୯: ଏମିତି ଏକ ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଆପଣଙ୍କୁ ଏହି ଘଟଣା ଅବାସ୍ତବ ଲାଗିପାରେ। କିନ୍ତୁ ଏହା ସତ। ଏମିତି ଘଟଣା ମଧ୍ୟ ପ୍ରଦେଶର ସବୁଠୁ ବଡ ଏମଓ୍ଵାଇ ହସ୍ପିଟାଲର ଶବ ଗୃହରେ ଦେଖିବାକୁ ମିଳିଛି। ହସ୍ପିଟାଲର ଶବ ଗୃହରେ ମାସ ମାସ ଧରି ଷ୍ଟ୍ରେଚରରେ ରଖାଯାଇଥିବା ଏକ ଶବ ନିଜର ଅନ୍ତିମ ସଂସ୍କାରକୁ ଅପେକ୍ଷା କରି କରି ଶେଷରେ କଙ୍କାଳ ପାଲଟି ଯାଇଛି। ମାନବଜାତିକୁ କୁଠାରଘାତ କରିଥିବା ଏହି ଲଜ୍ଜାଜନକ ଦୃଶ୍ୟ ଏମଓ୍ଵାଇ ହସ୍ପିଟାଲରେ ଦେଖିବାକୁ ମିଳିଛି। ପ୍ରଶାସନର ଚରମ ଅବହେଳା ଏବଂ ବେପରୁଆ ମନୋଭାବ କାରଣରୁ ଷ୍ଟ୍ରେଚରରେ ରଖାଯାଇଥିବା ଶବ ଶେଷରେ କଙ୍କାଳ ପାଲଟି ଯାଇଛି।

ଦାୟିତ୍ଵରେ ଥିବା ଅଧିକାରୀଙ୍କ ଉପରେ ଏବେ ପ୍ରଶ୍ନ ଉଠିଛି ଯେ ଏତେ ବଡ ଭୁଲ କେମିତି ହେଲା। ଗୋଟିଏ ଶବ ଷ୍ଟ୍ରେଚରରେ ମାସ ମାସ ଧରି ଶବ ଗୃହରେ କେମିତି ପଡି ପଡି କଙ୍ଗାଳ ପାଲଟିଗଲା। କେମିତି କେହି ହେଲେ ଏତେ ବଡ ଘଟଣା ଜାଣି ପାରିଲେ ନାହିଁ। ଯଦିଓ ଏହାକୁ ନେଇ ଅଭିଯୋଗ ହୋଇଛି ତଥାପି ଘଟଣା ବିଷୟରେ ଅଧିକାରୀ କାହିଁକି ପଚାରି ବୁଝିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

{"id":330071,"width":570,"height":324,"sizeSlug":"large"}

କୋଭିଡ୍-୧୯ ଆଧାରରେ ପ୍ରଶାସନ ଦ୍ଵାରା ଗାଇଡ୍‌ଲାଇନ୍ ଅନୁଯାୟୀ ହସ୍ପିଟାଲ ଓ ଅନ୍ୟ ସଂସ୍ଥାକୁ ପ୍ରତିଦିନ ସାନିଟାଇଜ୍‌ କରିବା ଜରୁରୀ ଅଟେ। ହସ୍ପିଟାଲରେ ଶବ ଗୃହରେ ନିତିଦିନ ଆସୁଥିବା କରୋନା ସଂକ୍ରମିତ ଶବ ରଖାଯାଉଛି। ହେଲେ ଶବ ଗୃହରେ ନା ସାନିଟାଇଜ୍‌ ବ୍ୟବହାର କରାଯାଉଛି ନା ଶବ ଗୃହର ରକ୍ଷଣାବେକ୍ଷଣ ପାଇଁ କୌଣସି ଦାୟିତ୍ଵବାନ ଅଧିକାରୀ ଅଛନ୍ତି। ତଥାପି ଏତେ ମାସ ଧରି ଷ୍ଟ୍ରେଚରରେ ଶବ ପଡି ରହିବା କେହି ହେଲେ କେମିତି ଜାଣି ପାରିଲେ ନାହିଁ ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି।

{"id":330072,"width":574,"height":311,"sizeSlug":"large"}

କହିବାକୁ ଗଲେ ଏଠାରେ ୧୬ ଫ୍ରିଜର ଶବ ରଖିବା ପାଇଁ ରହିଛି। ହେଲେ ଅଧିକାଂଶ ଫ୍ରିଜର ବନ୍ଦ ହେବା କାରଣରୁ ଅନେକ ଶବକୁ ବାହାରେ ରଖାଯାଉଛି। ସେଥିରୁ ଖାଲି ଦୁର୍ଗନ୍ଧ ହିଁ ଦୁର୍ଗନ୍ଧ ନିର୍ଗତ ହେଉଛି। ହୃଦୟକୁ ଥରାଇ ଦେବା ଭଳି ଏହି ଦୃଶ୍ୟରୁ ଆପଣ ଅନୁମାନ କରି ପାରୁଥିବେ ଯେ ଦାୟିତ୍ଵରେ ଥିବା ଅଧିକାରୀ ନିଜର ଦାୟିତ୍ଵ କିପରି ନିର୍ବାହ କରୁଛନ୍ତି। ଏମ ଓ୍ଵାଇ ହସ୍ପିଟାଲରୁ ୨୦୦ ପାଦ ଦୂରରେ ଥିବା ଶବ ଗୃହ ବାହାରେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ରହିଛି। ଫଳରେ ଅନ୍ଧାରରେ ଅଧିକାଂଶ ଶବ ଷ୍ଟ୍ରେଚରରୁ ତଳକୁ ଖସିଗଲେ ଦେଖାଯାଉନି।

{"id":330073,"width":575,"height":308,"sizeSlug":"large"}

ଯେବେ ଏହି ମାମଲା ସାମ୍ନାକୁ ଆସିଲା ଏମ ଓ୍ଵାଇ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ତରବରିଆ ଭାବେ ଏମ ଓ୍ଵାଇ ଅଧୀକ୍ଷକ ପିଏସ ଠାକୁର ପ୍ରଥମେ ଶବକୁ ସେଠାରୁ ହଟାଇଲେ ଏବଂ ନଗର ନିଗମକୁ ନୋଟିସ ଲେଖି ଅନ୍ତିମ ସଂସ୍କାର କରାଇଥିବା କହିଛନ୍ତି। ଏହା ସହିତ ଶବ ଗୃହର ଇନଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.