ବନ୍ଦ ଘରୁ କବାଟ ଭାଙ୍ଗି ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍‌, ପାଖରେ ଥିଲା ୧୧ ମାସର ଶିଶୁ କନ୍ୟା

Published By : Prameya-News7 Bureau | October 17, 2020 IST

ଗଞ୍ଜାମ ୧୭/୧୦: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳର ନୁଆଁଗଡ଼ ଗ୍ରାମରୁ ହିଞ୍ଜିଳି ପୋଲିସ ଶନିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଝୂଲନ୍ତା ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ସୁନିଲ ସେଠିଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ (୨୨) । ଏ ନେଇ ହିଞ୍ଜିଳି ଥାନାରେ କେସ୍‌ ନଂ-୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି ପୋଲିସ୍‌।

 ସୂଚନା ଅନୁଯାୟୀ ସ୍ଥାନୀୟ  ନୁଆଁଗଡ଼ ଗ୍ରାମର ସୁନିଲ ସେଠିଙ୍କ ପରିବାର  ଘରେ ନଥିବା ବେଳେ ମହିଳା ଜଣଙ୍କ ଘର ଛାତ ହୁକ୍‌ରେ କପଡ଼ା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଶୁଣିବାକୁ ମିଳିଛି । ପରିବାର ପକ୍ଷରୁ ଏନେଇ ହିଞ୍ଜିଳି ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ତହସିଲଦାର ଜନ୍ମେଜୟ ସାହୁଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ୧୧ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ମୃତଦେହକୁ ଜବତ କରିଥିଲା ।

{"id":346323,"sizeSlug":"large"}

 ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଏନେଇ ହିଞ୍ଜିଳି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ହିଞ୍ଜିଳି ଥାନା ପକ୍ଷରୁ ଖବର ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.