ଅଗଷ୍ଟ ୧୫ ଏକ ଦିନ ପୂର୍ବରୁ ଯୁଦ୍ଧ ପାଇଁ ଧମକ ଦେଲା ପାକିସ୍ତାନ ସେନାବାହିନୀ…

Published By : Prameya-News7 Bureau | August 15, 2019 IST

ଜମ୍ମୁ-କାଶ୍ମୀର୧୫|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଗୋଟେ ପରେ ଗୋଟେ ଆପତ୍ତିଜନକ ମନ୍ତବ୍ୟ ଦେବାରେ ଲାଗିଛି।କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ  ପାକିସ୍ତାନର ସେନାବାହିନୀ ପ୍ରତିଶୋଧ ନିଆଁରେ ଜଳୁଛି।ଭାରତର ସ୍ବାଧୀନତା ଦିବସ ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୪ ତରିଖରେ ପାକିସ୍ତାନର ସେନାବାହିନୀ ଯୁଦ୍ଧ ପାଇଁ ଧମକ ଦେଇଛି।

କାଶ୍ମୀରର ପ୍ରସଙ୍ଗରେ ସତ୍ୟତାକୁ ୧୯୪୭ ମସିହାର ଏକ ଅବୈଧ ଦସ୍ତାବିଜ ପରିବର୍ତ୍ତନ କରି ପରିବ ନାହିଁ ଏବଂ ଭବିଷ୍ୟତରେ  ମଧ୍ୟ କେହି ପରିବର୍ତ୍ତନ କରିପରିବେ ନାହିଁ ବୋଲି ପାକିସ୍ତାନ ସେନାର ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି, ।ବିନା ମୂଲ୍ୟରେ କାଶ୍ମୀରବାସୀଙ୍କ ସହ ରହିବେ ବୋଲି  ସେ ପ୍ରକାଶ କରିଛନ୍ତି ।

କାଶ୍ମୀର ଉପରେ ପାକିସ୍ତାନ ଶାସନ କରୁ, ଏହା ଭାରତ ଚାହୁଁ ନାହିଁ,କାଶ୍ମୀରକୁ ସବୁବେଳେ ପାକିସ୍ତାନ  ସହଯୋଗ କରିଆସିଛି ବୋଲି ଗଫୁର କହିଛନ୍ତି ।  କାଶ୍ମୀରର ବିପର୍ଯ୍ୟସ୍ତ ପରିସ୍ଥିତିରେ ଆଗକୁ ମଧ୍ୟ ପାକିସ୍ତାନ  କାଶ୍ମୀରବାସୀଙ୍କୁ ସହଯୋଗ କରିବ ବୋଲି ସେ ସୂଚନା ଦେଇଛନ୍ତି ।କାଶ୍ମୀର ପ୍ରସଙ୍ଗରେ ଭାରତ ସହ ଆଲୋଚନ କରାଯାଇ ପାରିବ ନାହିଁ ଓ ବିନା ସ୍ବାର୍ଥରେ କାଶ୍ମୀରକୁ ପାକିସ୍ତାନ ସାହାଯ୍ୟ କରିବ ବୋଲି ଗଫୁର କହିଛନ୍ତି । ଜାମ୍ମୁ-କାଶ୍ମୀର ପାଇଁ ପାକିସ୍ତାନ ସେନାବାହିନୀ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି କହିବା  ସହ ଗଫୁର  ପରୋକ୍ଷରେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅଧିକୃତ କାଶ୍ମୀରର ବିଧାନସଭାରେ  ବକ୍ତବ୍ୟ ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ସମୂର୍ଣ୍ଣ ଭୁଲ ବୋଲି  ସେ କହିଛନ୍ତି । ଯେକୌଣସି ପରିସ୍ଥିତରେ କାଶ୍ମୀରର ସହ ପାକିସ୍ତାନ ରହିବ ।ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟିର ଅସଲ ଚେହରା ପଦାରେ ପଡିଯାଇଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଟ୍ବିଟକରିଛନ୍ତି ।

କାଶ୍ମୀରକୁ ପାକିସ୍ତାନର ସାହାଯ୍ୟ ସାରା ଦୁନିଆ ଦେଖିବ ବୋଲି ପାକିସ୍ତାନର ରାଷ୍ଟ୍ରପତି ଆରିଫ୍‌ ଉର୍‌ମାନ ଅଲବି କହିଛନ୍ତି,      । କାଶ୍ମୀରର ଲୋକମାନଙ୍କୁ ସେମାନେ ବହୁତ ଭଲ ପାଆନ୍ତି।ସେହିଭଳି କାଶ୍ମୀରର ଲୋକମାନେ ପାକିସ୍ତାନ ଲୋକମାନଙ୍କ ଭଲ ପାଆନ୍ତି ବୋଲି ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଉର୍‌ମାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.