ଶ୍ରୀମନ୍ଦିର ସଂସ୍କାର ଓ ପରିଚାଳନା ସଂପର୍କରେ ଉପରେ ଆଲୋଚନା ପାଇଁ ୨୦ରେ ପୁରୀ ଆସିବେ ଆମିକସ୍ କ୍ୟୁରି

Published By : Prameya-News7 Bureau | September 16, 2018 IST

ଭୁବନେଶ୍ଵର;୧୬/୦୯- ଶ୍ରୀ ମନ୍ଦିର ସଂସ୍କାର ଓ ପରିଚାଳନା ସଂପର୍କରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୨୦ରେ ପୁରୀ ଆସିବେ ଆମିକସ୍ କ୍ୟୁରି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଶ୍ରୀମନ୍ଦିର ସଂସ୍କାର ନେଇ କରିବେ ଆଲୋଚନା । ୨୧ ଓ ୨୨ ଦୁଇ ଦିନ ଧରି ହେବ ଆଲୋଚନା । ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ସହ ଦାନ ଦକ୍ଷିଣା, ବଂଶାନୁକ୍ରମିକ ସେବା ପୂଜା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ । ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା, ଛତିଶାନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହ ଆମିକସ କ୍ୟୁରୀ ଆଲୋଚନା କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.