Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ମେଁ ତେରେ ପ୍ୟାର ମେଁ ପାଗଲ: ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ଓଡିଆ ଝିଅ, ଏମିତି ରହିଛି ଯୁବତୀଙ୍କ ଅଜବ ପ୍ରେମ କାହାଣୀ

7/04/2021 at 8:42 PM

ଭୁବନେଶ୍ଵର ୦୭।୦୪: ପ୍ରେମ ମାନେ ନାହିଁ ବାଧା ବନ୍ଧନ ।  ସୀମା ସରହଦ ମାନେନି ପ୍ରେମ ପାଗଳ । ରିୟଲ ଷ୍ଟୋରିକୁ ନେଇ ତ ତିଆରି ହୁଏ ଫିଲ୍ମର କାହାଣୀ । ଏବେ ଆମେ  ଏମିତି ଏକ ରିୟଲ ଷ୍ଟୋରି କହିବାକୁ ଯାଉଛୁ ଯାହାର ଲିଙ୍କ୍ ଓଡ଼ିଶା ସହିତ ରହିଛି । ମାନେ ଆମେ ଓଡ଼ିଶାର ଏମିତି ଜଣେ ଯୁବତୀଙ୍କ କଥା କହିବାକୁ ଯାଉଛୁ ଯିଏ ପାକିସ୍ତାନର ଜଣେ ଯୁବକଙ୍କୁ ପ୍ରେମ କରୁଛନ୍ତି । ଆଉ ପ୍ରେମରେ ପାଗଳ ହୋଇ ପାକିସ୍ତାନ ଯିବାକୁ ସିଧା ପହଞ୍ଚି ଯାଇଥିଲେ ବର୍ଡ଼ରରେ । ଆଉ କରତାରପୁର କରିଡରରେ ସଂପୃକ୍ତ ଯୁବତୀଙ୍କୁ ବିଏସଏଫ ସହାୟତାରେ ଧରିଥିଲା ପୋଲିସ । ଯୁବତୀଙ୍କ ପାଖରୁ ୬୦ଗ୍ରାମ ସୁନାଗହଣା ମଧ୍ୟ ଜବତ ହୋଇଥିଲା । ହେଲେ ଏହି ଲଭ୍ ଷ୍ଟୋରୀ ପଛର ପୂରା କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଓଡ଼ିଶାର ଏହି ଯୁବତୀଙ୍କ ବୟସ ୨୫ବର୍ଷ ଆଉ ସେ ବିବାହିତ । ୬ବର୍ଷ ହେଲା ସେ ବାହା ହୋଇ ଘର ସଂସାର ମଧ୍ୟ କରିଛନ୍ତି । ହେଲେ ୨ବର୍ଷ ତଳେ ଯୁବତୀ ଜଣକ ନିଜ ମୋବାଇଲ୍‌ରେ ଆଜାଦ୍ ନାଁରେ ଏକ ଆପ୍ ଡାଉନଲୋଡ଼ କରିଥିଲେ । ଆଉ ଏହି ଆପ୍ ମାଧ୍ୟମରେ ପାକିସ୍ତାନର ଜଣେ ଯୁବକ ମହମ୍ମଦ ମାନଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ପରେ ପରସ୍ପରକୁ ନିଜର ହ୍ବାଟସଆପ୍ ନମ୍ବର ଦେଇଥିଲେ । ଦୀର୍ଘ ଦିନ ଧରି କଥାବର୍ତ୍ତା ଭିତରେ ଯୁବତୀଙ୍କ ମୁଣ୍ଡକୁ ଚଢ଼ିଥିଲା ପ୍ରେମର ପାରା । ଆଉ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ଯୁବତୀ ଜଣକ ସଂପୃକ୍ତ ଯୁବକଙ୍କ କଥାରେ ପଡ଼ି ଶେଷରେ ଘର ଛାଡ଼ି ପାକିସ୍ତାନ ଯିବାକୁ ବାହାରି ପଡ଼ିଥିଲେ ।

ଓଡ଼ିଶାରୁ ଫ୍ଲାଇଟ୍‌ରେ ଦିଲ୍ଲୀ ଆଉ ଦିଲ୍ଲୀରୁ ବସ୍‌ରେ ସିଧା ଯାଇ ପହଞ୍ଚିଥିଲେ ଅମୃତସରରେ  । ଏପ୍ରିଲ ୫ରେ ଯୁବତୀ ଜଣକ ଅମୃତସରର ଏକ ଗୁରୁଦ୍ବାରାରେ ରହିବା ପରେ ୬ ତାରିଖରେ ବସ ଯୋଗେ ଡେରା ବାବା ନାନକ ପହଞ୍ଚିଥିଲେ । ସେଠାରୁ ଏକ ଅଟୋ ଭଡ଼ା କରି ସିଧା ପହଞ୍ଚିଥିଲେ ଭାରତ-ପାକିସ୍ତାନ ବର୍ଡ଼ର କରତାରପୁର କରିଡରରେ । ସେଠାରେ କରୋନା କଟକଣା ପାଇଁ କରିଡର ବନ୍ଦ ଥିଲା ଆଉ ବିନା ପାସପୋର୍ଟରେ ପାକିସ୍ତାନ ଯିବା ସମ୍ଭବ ନଥିଲା ।

ଏହାରି ଭିତରେ ସଂପୃକ୍ତ ଯୁବତୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା ପୋଲିସ । ଆଉ ବିଏସଏଫ୍ ସହାୟତାରେ ଯୁବତୀଙ୍କୁ ଧରି ଡେରାବାବା ନାନକ ପୋଲିସ ଷ୍ଟେସନକୁ ଆଣିଥିଲା । ପୋଲିସର ପଚରା ଉଚରା ପରେ ସାମ୍ନାକୁ ଆସିଥିଲା ଏମିତି ଏକ ଅଜବ ଗଜବ ପ୍ରେମ କାହାଣୀର ପୂରା ଏପିସୋଡ୍ । ସେପଟେ ସଂପୃକ୍ତ ଯୁବତୀଙ୍କ ସ୍ବାମୀ ସ୍ତ୍ରୀ ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିବା ଜାଣିବାକୁ ପାଇଥିଲା ପୋଲିସ । ପରେ ସଂପୃକ୍ତ ଯୁବତୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଓଡ଼ିଶା ଯୁବତୀଙ୍କ ପାକିସ୍ତାନୀ ଯୁବକଙ୍କ ସହ ଏହି ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି ।

ତେବେ ଏଠାରେ ଆମେ କହିବାକୁ ଚାହିଁବୁ ଯେ, ଇଣ୍ଟରନେଟ୍‌ ଏମିତି ଅନେକ ଫ୍ରେଣ୍ଡସିପ୍ ଆପ୍, କେବଳ ପ୍ରେମ ପାଗଳ ଏଭଳି କିଛି ଯୁବତୀଙ୍କୁ ଫସାଇବା ପାଇଁ ହିଁ ଛଡ଼ା ଯାଇଛି । ତେଣୁ ଏଥି ପ୍ରତି ସାବଧାନ ନହୋଇ ପ୍ରେମ ପାଇଁ ପାଗଳ ହେଲେ ସଂପୃକ୍ତ ଯୁବତୀଙ୍କ ଭଳି ପରିଣାମ ଭୋଗିବାକୁ ପଡ଼ିବ । ଯିଏ ନିଜ ଘରଦ୍ବାର ଛାଡ଼ି ପାକିସ୍ତାନ ଯୁବକଙ୍କ ପ୍ରେମରେ ନିଜ ଜୀବନକୁ ବିପଦରେ ପକାଇବାକୁ ଯାଉଥିଲେ ।

   Related Posts