Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଗୁଜରାଟ ରାଜକୋଟରେ ଡାକ୍ତରଙ୍କ କରୋନା ଚିକିତ୍ସା ଭିଡିଓ ଭାଇରାଲ, ପରିବାର ଆଣିଲେ ହତ୍ୟା ଅଭିଯୋଗ

18/09/2020 at 7:28 PM

ରାଜକୋଟ ୧୮।୯:  ଗୁଜୁରାଟ ରାଜକୋଟ ସରକାରୀ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସହ ମାରପିଟର ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ରାଜ୍ୟ ସରକାରଙ୍କ କରୋନା ଚିକିତ୍ସା ପଦ୍ଧତୀକୁ ନେଇ ଲୋକେ ଅଙ୍ଗୁଳି ଉଠାଇଛନ୍ତି। ଭାଇରାଲ ହେଉଥିବା ଭିଡିଓଟି ମାତ୍ର ୫୫ ସେକେଣ୍ଡର। ଯେଉଁଥିରେ ଡାକ୍ତର ରୋଗୀଙ୍କ ଛାତି ଉପରେ ଚଢିବସିଥିବା ଦେଖାଯାଇଛି।

ଏହି ଭିଡିଓରେ କରୋନା ଆକ୍ରାନ୍ତଙ୍କୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷା କର୍ମୀମାନେ ନିସ୍ତୁକ ମାଡ ମାରୁଥିବା ଦେଖାଯାଇଛି। ଏଥିରେ ଜଣେ ହାତରେ ଲାଠି ମଧ୍ୟ ଧରିଥିବା ଦେଖାଯାଉଛି। କରୋନା ଆକ୍ରାନ୍ତକୁ ଚଟାଣରେ ପକାଇ ପିପିଇ କିଟ୍‌ ପିନ୍ଧିଥିବା ଡାକ୍ତର ପିଟୁଥିବାର ମଧ୍ୟ ଦେଖାଯାଉଛି। ଏହି ରୋଗୀଙ୍କର କରୋନାରେ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ସୂଚିତ କରିଥିଲେ। ତେବେ ଭିଡିଓ ଭାଇରାଲ ହେବା ପରେ ପରିବାର ଲୋକେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଭିଡିଓକୁ କେତେକ ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି।  ଏଥିରେ ସେମାନେ ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭିଡିରେ ପ୍ରଦର୍ଶିତ ଛବି ନିଶ୍ଚିତ ରୂପେ କୋଭିଡ ଉପଚାର ନୁହେଁ ବୋଲି ସମସ୍ତେ କହିଛନ୍ତି ଏଣୁ ପରିବାର ଲୋକଙ୍କ ଅଭିଯୋଗ ପ୍ରତି ସମସ୍ତଙ୍କ ସମର୍ଥନ ମିଳିବାରେ ଲାଗିଛି।

   Related Posts