ରୋଜଗାରର ନୂଆ ତରିକା: ସ୍ବାମୀ କରୁଥିଲା ଦୁଷ୍କର୍ମ , ସ୍ତ୍ରୀ ଭିଡିଓ ସୁଟିଂ କରି ଆଡଲ୍ଟ ଓ୍ବେବସାଇଟରେ କରୁଥିଲା ଅପଲୋଡ୍

Published By : Prameya-News7 Bureau | August 21, 2019 IST

ରାଓ୍ବଲପିଣ୍ଡି ୨୧/୮: ମନୁଷ୍ୟତ୍ବକୁ ଲଜ୍ଜିତ କରି ଦେଉଥିବା ଭଳି ଏକ ମାମଲା ସାମନାକୁ ଆସିଛି। ଜଣେ ବ୍ୟକ୍ତି ଅନେକ ଝିଅଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି ଏବଂ ଏହି ଅପରାଧରେ ଅଭିଯୁକ୍ତର ପତ୍ନୀ ମଧ୍ୟ ତା’ର ସହଯୋଗ କରିଛି।

ମହିଳା ଜଣକ ନିଜ ସ୍ବାମୀଙ୍କୁ ଏହି କୁକର୍ମରୁ ନିବୃତ୍ତ କରିବା ବଦଳରେ ତାକୁ ସହଯୋଗ କରୁଥିଲା। ସ୍ବାମୀ ଝିଅଙ୍କୁ ଦୁଷ୍କର୍ମ କରୁଥିବାବେଳେ ପତ୍ନୀ ସେହି ସମୟରେ ଦୁଷ୍କର୍ମର ଭିଡିଓ ସୁଟ୍‌ କରି ଆଡଲ୍ଟ ଓ୍ବେବସାଇଟରେ ବିକୁଥିଲା। ଅଭିଯୁକ୍ତ କାସିମ୍ ଜାହାଙ୍ଗୀର ଗିରଫ ପରେ ୪୫ଜଣ ଝିଅଙ୍କୁ ଦୁଷ୍କର୍ମ କରିଥିବା କଥା ସ୍ବୀକାର କରିଛି। ଏହି ଅପରାଧରେ ତା’ର ପତ୍ନୀର ମଧ୍ୟ ବରାବର ଅଂଶଗ୍ରହଣ ରହିଛି। ଏଥିପାଇଁ ପତ୍ନୀ କିରଣ ମେହମୁଦକୁ ମଧ୍ୟ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ଅଲ୍ଲାମା ଇକବାଲ ଓପନ ୟୁନିଭର୍ସିଟିର ଜଣେ ଏମଏସସି ଛାତ୍ରୀ ପୋଲିସ୍ ନିକଟରେ ଅଭିଯୋଗ କରିଥିବାରୁ ଏହି ମାମଲା ସାମନାକୁ ଆସିଥିଲା। ଯାଞ୍ଚ ପରେ ଦୁଇ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀକୁ ଗିରଫ କରାଯାଇଥିଲା। ପୀଡ଼ିତା ଯୁବତୀ ଜଣେ ବିବାହିତା। ପୀଡ଼ିତାଙ୍କ କହିବାନୁସାରେ ତାଙ୍କୁ ଜାର୍ଡ଼ନ କଲେଜ ବାହାରୁ ଅପହରଣ କରାଯାଇଥିଲା। ଏହା ପରେ କାଶୀମ ତାଙ୍କୁ ଧମକାଇ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତା’ର ପତ୍ନୀ ଭିଡିଓ କରିଥିଲା। ମୁହଁ ଖୋଲିଲେ ତାଙ୍କ ଭିଡିଓ ଭାଇରାଲ କରିଦେବେ​ ବୋଲି ଧମକ ଦେଇଥିଲେ ଉଭୟେ। ଅଭିଯୁକ୍ତ ନିଜ ବୟାନରେ କହିଥିଲା ଯେ ସେ ସାଧାରଣତଃ ୮ରୁ ୧୨ ବର୍ଷର ଝିଅଙ୍କୁ ଦୁଷ୍କର୍ମ କରୁଥିଲା।

{"id":147090}

ପୋଲିସ୍ ଅଭିଯୁକ୍ତ ଘରୁ ଆପତ୍ତି ଜନକ ଭିଡିଓ,ଫଟୋଗ୍ରାଫ ଜବତ କରିଛି। ସେହିଭଳି ଲାପଟପ୍, ହାର୍ଡ଼ଡିସ୍କ,୨ଟି ମୋବାଇଲ୍ ଫୋନ୍ ଜବତ କରି ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ବେଡ ସିଟ,ଟିସୁ ପେପର ଏବଂ ଅନ୍ୟ କାଗଜପତ୍ର ମଧ୍ୟ ଡିଏନଏ ଯାଞ୍ଚ ପାଇଁ ପଠାଯାଇଛି। ପାକ୍‌ ପୋଲିସର କହିବାନୁସାରେ ଏହା ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ହୋଇପା​‌ରେ। ଏଥିରେ ୪୫ଜଣ ଝିଅ ନୁହଁ ବରଂ ୧୫୦ ଜଣ ଝିଅ ଶିକାର ହୋଇଛନ୍ତି। ପୋଲିସ୍ ଏହି ମାମଲାକୁ ଗୁରୁତ୍ବର ସହ ଭାବେ ଯାଞ୍ଚ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.