Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିବାହ ବାର୍ଷିକୀରେ ଦମ୍ପତି ନେଲେ ଶପଥ: ମୃତ୍ୟୁ ପରେ ଶରୀରର ଦାନ

31/01/2020 at 9:12 PM

ବଲାଙ୍ଗୀର୩୧/୧: ବିବାହର ୫୦ ବର୍ଷ ପୁରିଲା। ଏହି ଅବସରରେ ବଡ ହେ।ଟେଲରେ ହେଉ କି ପ୍ରିୟ ପରିଜନଙ୍କ ସହ ସେଲିବ୍ରସନ କରିବା କଥା । କିନ୍ତୁ ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସମାଜସେବୀ ବିଜୟ ବଂଶଲ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ବଂଶଲ । ମୃତ୍ୟୁ ପରେ ନିଜ ଶରୀର ଦାନ ପାଇଁ ବଲାଙ୍ଗୀର ଭୀମ ଭେ।ଇ ମେଡିକାଲ କଲେଜରେ ଶପଥ ନେଇଛନ୍ତି ଏହି ଦମ୍ପତି । ଯାହା ଏବେ ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହେ।ଇଛି । 

ଦମ୍ପତିଙ୍କ ନିଆରା ବିବାହ ବାର୍ଷିକ ପାଳନ। ଅଙ୍ଗ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ସମାଜସେବୀତଥା ବ୍ୟବସାୟୀ ବିଜୟ ବଂଶଲ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ବଂଶଲ । ବସନ୍ତ ପଞ୍ଚମୀରେ ଦମ୍ପତିଙ୍କ ୫୦ତମ ବିବାହ ବାର୍ଷିକ ଥିଲା ।

ବିବାହ ବାର୍ଷିକକୁ ସ୍ମରଣୀୟ କରିବା ସହ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଏହି ଦମ୍ପତି । ମୃତ୍ୟୁ ପରେ ନିଜ ଶରୀର ଦାନ ପାଇଁ ବଲାଙ୍ଗୀର ଭୀମ ଭେ।ଇ ମେଡିକାଲ କଲେଜରେ ନେଇଛନ୍ତି ଶପଥ ।ମୃତ୍ୟୁ ପରେ ଶରୀରକୁ ଜାଳି ପାଉଁଶ କରିଦିଆଯିବ । କିନ୍ତୁ ଶରୀରର କୌଣସି ଅଙ୍ଗ ଯଦି କାହା କାମରେ ଆସିଲା ତାହେଲେ ନିଜକୁ ଧନ୍ୟ ମଣିବେ ବେ।ଲି ଭାବିଥିଲେ । ଏହି ଇଛା ସେ ପତ୍ନୀଙ୍କୁ ବି କହିଥିଲେ । ସ୍ତ୍ରୀ ଏବଂ ପରିବାରର ସହମତି ପରେ ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ ବିଜୟ ବଂଶଲ ।

ବିଜୟ ବଂଶଲ ସମାଜସେବୀ ଭାବେ ଅଞ୍ଚଳରେ ପରିଚିତ ଥିବା ବେଳେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ ଥର ରକ୍ତ ଦାନ କରି ବହୁ ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି । ଏ ଭିତରେ ଶରୀର ଦାନ କରିବାକୁ ନିଷ୍ପତ୍ତି ତାଙ୍କର ଉଦାରତାର ପରିଚୟ ଦେଇଛି । ଯାହା କେବଳ ତାଙ୍କ ପରିବାର ନୁହେଁ ଆଜିର ଯୁବପୀଢିଙ୍କ ପାଇଁ ପ୍ରେରଣାଦାୟକ। ପରିଣତ ବୟସରେ ବିଜୟ ଙ୍କ ଏଭଳି ପ୍ରେରଣା ଦାୟୀ ପଦକ୍ଷେପ ଆଜିର ଯୁବ ପିଢୀ ଙ୍କୁ ଏକ ସୁବାର୍ତା ଦେବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ଦମ୍ପତି ।

   Related Posts