ଏମ୍ସର ଚାରି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ ସାମ୍ବାଦିକ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬।୦୭: ଦିଲ୍ଲୀ ଏମ୍ସର ଟ୍ରାମା ସେଣ୍ଟରର ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ମାତ୍ର ଗଭୀର କ୍ଷତ କାରଣରୁ ତାଙ୍କୁ ବଞ୍ଚାଯାଇ ପାରି ନାହିଁ। ରୋଗୀ ପେଶାରେ  ଜଣେ ସାମ୍ବାଦିକ ଥିଲେ। ସେ ଏକ ହିନ୍ଦୀ ଖବରକାଗଜରେ କାମ କରୁଥିଲେ। ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ପୋଲିସକୁ ଘଟଣାର ସୂଚନା ଦେଇଛନ୍ତି। କିନ୍ତୁ ସାମ୍ବାଦିକ ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ଜଣା ପଡିନାହିଁ।

ପୋଲିସ୍‌ଠୁ ମିଳିଥିବା ସୂଚନା ଅନୁଯାୟୀ ଘଟଣା ଅପରାହ୍ନ ପ୍ରାୟ ୨ଟାରେ ଘଟିଛି। ରୋଗୀ ଏମ୍ସର ଟ୍ରାମା ସେଣ୍ଟରରେ ଜୁନ ୨୪ରୁ ଭର୍ତ୍ତି ହୋଇଥିଲେ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ସେ ଦିଲ୍ଲୀର ଭଜନପୁରା ବାସିନ୍ଦା ଥିଲେ। ନିକଟରେ ତାଙ୍କର ବ୍ରେନ୍ ଟ୍ୟୁମର ସର୍ଜରୀ ହୋଇଥିଲା।

wp:html /wp:html

ଏହା ପୂର୍ବରୁ ଏମିତି ଅନେକ କେସ୍‌ ସାମ୍ନାକୁ ଆସିଛି, ଯେଉଁଠି କରୋନା ଭୟରେ ଲୋକେ ଆତ୍ମହତ୍ୟା କରୁଛନ୍ତି। ଉତ୍ତର ପ୍ରଦେଶରେ ଏମିତି ସାତୋଟି କେସ୍‌ ଘଟି ସାରିଛି। ମାର୍ଚ୍ଚ ମାସରେ ଉତ୍ତର ପ୍ରଦେଶରେ ୪ ଜଣ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବାଦର ଜଣେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର କରୋନା ଡରରେ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିଲେ।

ଏହି ପରି ଅମ୍ବାଲା ଜିଲ୍ଲା ହସ୍ପିଟାଲରେ ମଧ୍ୟ ଜଣେ ରୋଗୀ ଚାଦରରେ ଫନ୍ଦା କରି ଆତ୍ମହତ୍ୟା କରିଥିଲେ। ଡାକ୍ତର ସର୍ବଦା ଏହା କହି ଆସୁଛନ୍ତି ଯେ, କରୋନାକୁ ଭୟ କରିବାର ଆବଶ୍ୟକ ନାହିଁ। କେବଳ ସାବଧାନ ଏବଂ ସତର୍କ ରହିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.