Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମମତାଙ୍କୁ ଝଟକା, ହିଂସାର ତଦନ୍ତ ପାଇଁ ହାଇକୋର୍ଟଙ୍କ ଆଦେଶରେ ଗଠନ ହେଲା କମିଟି

21/06/2021 at 8:35 PM

କୋଲକାତା ୨୧।୦୬: ଫଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ ପାଇଁ ଜାତୀୟ ମାନବାଧିକାର ଆୟୋଗ କମିଟି ଗଠନ କରିଛନ୍ତି। କଲିକତା ହାଇକୋର୍ଟ ପକ୍ଷରୁ ଆଦେଶ ପରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ହିଂସା ଘଟଣାର ତଦନ୍ତ କରି ହାଇକୋର୍ଟକୁ ରିପୋର୍ଟ ଦେବେ। ଏଥିସହ କମିଟି ଗଠନକୁ ବିରୋଧ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା ଲାଗିଛି। ଏହା ପୂର୍ବରୁ ସୋମବାର ଉଚ୍ଚ ନ୍ୟାୟାଳୟ ଟିଏମସି ଆବେଦନକୁ ଖାରଜ କରିଥିଲା। ଟିଏମସି କମିଟି ଗଠନ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ କୋର୍ଟର ଦ୍ଵାରସ୍ଥ ହୋଇଥିଲା।

ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର କମିଟି  ଗଠନ କରିଛନ୍ତି। ୭ ଜଣ ସଦସ୍ୟଙ୍କୁ ନେଇ ଗଠିତ କମିଟିରେ ସଂଖ୍ୟାଲଘୁ ଆୟୋଗର ଉପାଧ୍ୟକ୍ଷ ଆତିଫ ରଶିଦ, ମହିଳା ଆୟୋଗର ସଦସ୍ୟ ରାଜୁଲବେନ ଏଲ ଦେଶାଇ, ପଶ୍ଚିମବଙ୍ଗ ମାନବାଧିକାର ଆୟୋଗର ରଜିଷ୍ଟ୍ରାର ପ୍ରଦୀପ କୁମାର ପଞ୍ଝାଙ୍କୁ ସାମିଲ କରାଯାଇଛି। କମିଟିର ନେତୃତ୍ଵ ନେବେ ମାନବାଧିକାର ଆୟୋଗର ସଦସ୍ୟ ରାଜୀବ ଜୈନ। ହାଇକୋର୍ଟଙ୍କ ପକ୍ଷରୁ କମିଟି ଗଠନ ନିଷ୍ପତ୍ତିକୁ ଜାରି ରଖାଯିବାକୁ ବିଜେପି ସ୍ଵାଗତ କରିଛି। କେନ୍ଦ୍ର ମନ୍ତ୍ରୀ ସ୍ମତି ଇରାନୀ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ନେଇ କହିଛନ୍ତି, ଏଥିରେ ପୀଡିତାଙ୍କ ଭରସାକୁ ଆହୁରି ବଳ ମିଳିବ।

ଏଥିସହ ସ୍ମୁତି ଇରାନୀ ମମତା ବାନାର୍ଜୀଙ୍କୁ  ଶାଣିତ ସ୍ଵରରେ ସମାଲୋଚନା କରି କହିଛନ୍ତି, ଆଉ କେତେ ଦିନ ଦୁଷ୍କର୍ମ ହେବା ପର୍ଯ୍ୟନ୍ତ ଚୁପ୍ ରହିବେ। ଏହା ମଧ୍ୟରେ ରାଜ୍ୟପାଳ ଜଗଦୀପ ଧନକଡ ମଧ୍ୟ ମମତା ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ଯେ, ନିର୍ବାଚନ ସରିବାର ସାତ ସପ୍ତାହ ପରେ ମଧ୍ୟ ଏହି ଘଟଣାକୁ ଅଣଦେଖା କରାଗଲା। ସ୍ଵାଧୀନତା ପରେ ଏହା ସବୁଠୁ ବଡ ନିର୍ବାଚନୀ ହିଂସା ଥିଲା  ବୋଲି ଧନକଡ କହିଛନ୍ତି।

   Related Posts