ବସ ଓ ଟ୍ରକ ମଧ୍ୟରେ ଧକ୍କା, ଦୁଇ ଡ୍ରାଇଭର ଆହତ, ଜଣେ ଗୁରୁତର

Published By : Prameya-News7 Bureau | January 05, 2021 IST

ଅନୁଗୁଳ ୦୫।୦୧: ଜାତୀୟ ରାଜପଥ ୫୫ରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣଗ୍ରସ୍ତ ହୋଇଛି । ନିଶା ନାମକ ଏହି ଘରୋଇ ବସ୍ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଛି । ଫଳରେ ଟ୍ରକ ଡ୍ରାଇଭର, ବସର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ତେବେ ବସର ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ବସଟି କଟକରୁ ଅନୁଗୁଳ-ଏନଟିପିସି ଅଭିମୁଖେ ଯାଉଥିବା ବେଳେ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଟ୍ରକ ଡ୍ରାଇଭର, ବସର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ତେବେ ବସର ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସ୍ଥାନୀୟ ମୋଟଙ୍ଗା ପୁଲିସ ପହଞ୍ଚି ଆହତ ତିନି ଜଣଙ୍କୁ ସ୍ଥାନୀୟ ମେରହାମୁଣ୍ଡଳୀ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.