ଖାଇବାକୁ ନିମନ୍ତ୍ରଣ କରି ଛାତ୍ରୀଙ୍କୁ ଦୁଷ୍କର୍ମ , ମା’ଙ୍କୁ ଅଶ୍ଳୀଳ ଫଟୋ ପଠାଇ ଅଭିଯୁକ୍ତ କରୁଥିଲା ବ୍ଲାକମେଲ

Published By : Prameya-News7 Bureau | June 06, 2019 IST

ଚଣ୍ଡିଗଡ୬|୬: ଖାଦ୍ୟରେ ନିଶା ଦେଇ ଜଣେ ଛାତ୍ରୀଙ୍କୁ ତାଙ୍କ ବନ୍ଧୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।କଲେଜରେ ପଢୁଥିବା ଛାତ୍ରୀଙ୍କ ସହ ଯୁବକ ପ୍ରଥମେ ବନ୍ଧୁତା କରିଥିଲେ। ଛାତ୍ରୀଙ୍କ ସହ ବନ୍ଧୁତା କରିବା ପରେ ଅଭିଯୁକ୍ତ ଛତାତ୍ରୀଙ୍କୁ ନିଜ ଘରକୁ ଖାଇବା ଲାଗି ଆମନ୍ତ୍ରଣ କରିଥିଲେ । ତେବେ ଖାଦ୍ୟରେ ନିଶା ଦେଇ ଛାତ୍ରୀଙ୍କୁ ବେହୋସ କରିବା ସହ ତାଙ୍କ ସହ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ଓ ତାଙ୍କର ନଗ୍ନ ଏବଂ ଅଶ୍ଳୀଳଫଟୋ ଉଠାଇଥିଲା। ସେହି ଫଟୋ ଦେଖାଇ ଛାତ୍ରୀଙ୍କୁ ବ୍ଲାକ୍‌ମେଲ ମଧ୍ୟ କରୁଥିଲା। ଘଟଣା ଘଟିଛି ହରିଆଣାରେ। ଏହି ଫଟୋ ଦେଖାଇ ସଂପୃକ୍ତ ଛାତ୍ରୀଙ୍କୁ ଅନେକ ଥର ଦୁଷ୍କର୍ମ କରିଛି ଅଭିଯୁକ୍ତ। ଦୁଷ୍କର୍ମ କରିବା ପରେ ପୀଡିତାଙ୍କ ମାଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ପଠାଇଥିଲା।

ପୋଲିସର କହିବା ଅନୁସାରେ ପୀଡିତା ଓ ଅଭିଯୁକ୍ତ ଏକ ବିବାହ ସମାରୋହରେ ଦେଖା ହୋଇଥିଲେ। ୨୦୧୭ ମସିହାରେ ଜୁଲାଇ ମାସରେ ପୀଡିତା ଯୁକ୍ତ୨ ପରୀକ୍ଷା ପାସ କରି ଦିଲ୍ଲୀର ଗୋଟେ କଲେଜ୍‌ରେ ଆଡମିଶନ ନେଇଥିଲେ। ସଂପୃକ୍ତ ଯୁବତୀ ଦିଲ୍ଲୀରେ ଏକ ଘର ନେଇ ପଢାପଢି କରୁଥିଲେ।

କଲେଜ ପରେ ସେ ନିୟମିତ କୋଚିଂ କ୍ଲାସ ଯାଉଥିଲେ। ଅଭିଯୁକ୍ତ କେଶବ ମଧ୍ୟ କୋଚିଂ ବାହାନାରେ ଦିଲ୍ଲୀର ନିରଙ୍କାରୀ କଲୋନୀରେ ଘର ଭଡା ନେଇ ରହୁଥିଲା। ସେଠାରେ ପୀଡିତାଙ୍କୁ ଦେଖା କରି ବାରମ୍ବାର ତାଙ୍କୁ ତା ଘରକୁ ଯିବା ପାଇଁ ବାଧ୍ୟ କରୁଥିଲା।

ଅଭିଯୋଗ  ଅନୁସାରେ ୨୦୧୮ ମସିହା ଫେବୃଆରୀ ମାସ ୨୭ ତାରିଖରେ ପୀଡିତା କେଶବ ଘରକୁ ଯାଇଥିଲେ। ସେଠାରେ କେଶବ ତାଙ୍କୁ ବେହୋସ ହେବାର ଔଷଧ ଖାଇବାରେ ମିଶାଇ ପୀଡିତାଙ୍କୁ ଦେଇଥିଲା। ଖାଇଲା ପରେ ସଂପୃକ୍ତ ଛାତ୍ରୀ ବେହୋସ ହୋଇଥିଲେ ।ଏହାର ଫାଇଦା ଉଠାଇ କେଶବ ତାଙ୍କୁ ଦୁଷ୍କର୍ମ କରିଥିଲା।

ଏହା ସହ ସେ ପୀଡିତାଙ୍କର ଅନେକ ଅଶ୍ଳୀଳ ଫଟୋ ମଧ୍ୟ ଉଠାଇଥିଲା। ଅଶ୍ଳୀଳ ଫଟୋ ଭାଇରାଲ କରିବା ଧମକ ଦେଇ ଛାତ୍ରୀଙ୍କୁ ବହୁତ ଥର ଦୁଷ୍କର୍ମ କରିଥିଲା। କିଛି ଦିନ ପରେ ପିଡୀତା ଅଭିଯୁକ୍ତର ଫୋନ ଉଠାଇବା ବନ୍ଦ କରିଦେଇଥିଲେ। ସେହି ରାଗ ରଖି ଅଭିଯୁକ୍ତ ପିଡୀତାଙ୍କ ମାଆଙ୍କ ପାଖକୁ ଝିଅର ଅଶ୍ଳୀଳ ଫଟୋ ପଠାଇଥିଲା।

ତେବେ ଏହି ସବୁ କାରନାମାରୁ ବିରକ୍ତ ହୋଇ ସଂପୃକ୍ତ ପିଡୀତାଙ୍କ ମାଁ ମହିଳା ପୋଲିସ ଥାନାରେ ମାମଲା ରୁଜୁ କରିଥିଲେ।  ପିଡୀତାଙ୍କ ଡାକ୍ତରୀ ମାଇନା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.