ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି ! ବିଭିନ୍ନ ସ୍ଥାନରେ ପୋଲିସ ଓ ଜନତା ଖଣ୍ଡ ଯୁଦ୍ଧ, ୭ ମୃତ, ୩୦୦ରୁ ଅଧିକ ଆହତ, ୨ ହଜାରରୁ ଅଧିକ ଗିରଫ

Published By : Prameya-News7 Bureau | April 15, 2021 IST

ଇସ୍ଲାମାବାଦ ୧୫।୪: ପାକିସ୍ତାନରେ ସରକାର ବିରୋଧୀ ଜନ ଅସନ୍ତୋଷ ପ୍ରବଳ ହୋଇଛି। ଫଳରେ ମୌଳବାଦୀ ଇସ୍ଲାମ  ସଙ୍ଗଠନ ତେହେରିକ-ଏ-ଲବକ୍‌ ପାକିସ୍ତାନ (ଟିଏଲପି)  ନେତୃତ୍ୱରେ ଜନତା ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ଓ ଜନତା ଖଣ୍ଡଯୁଦ୍ଧ ଲାଗି ରହିଛି।  ପ୍ରାୟ ୩ ଦିନ ପୂର୍ବେ ବିକ୍ଷୋଭ ବେଳେ ସାମାନ୍ୟ ହିଂସାକାଣ୍ଡ ଉପୁଜିଥିଲା। ହେଲେ ଏହା ଏବେ ସାରା ଦେଶରେ ବନାଗ୍ନି ଭଳି ବ୍ୟାପି ଯାଇଛି।

{"id":438823,"width":840,"height":504,"sizeSlug":"large","linkDestination":"none"}

ଏହି ହିଂସାକାଣ୍ଡ ଗତବର୍ଷ ଫରାସୀ ମ୍ୟାଗଜିନ୍‌ରେ ପ୍ରକାଶିତ ପୈଗମ୍ବର ମହମ୍ମଦଙ୍କ ବ୍ୟଙ୍କ ଚିତ୍ର ପ୍ରସଙ୍ଗରେ ଇମ୍ରାନ ସରକାରଙ୍କ ମନବୃତ୍ତି ବିରୋଧରେ ବ୍ୟାପୁଛି।  ପ୍ରସଙ୍ଗରେ ମୌଳବାଦୀ ସଙ୍ଗଠନ ପାକିସ୍ତାନ ସରକାରଙ୍କୁ ଡେଡ୍‌ ଲାଇନ ଦେଇଥିଲା। ତେବେ ତା ପୂର୍ବରୁ ପାକ୍ ପୋଲିସ ସଙ୍ଗଠନର କାର୍ଯ୍ୟକର୍ତ୍ତା ସାଦ ହୁସେନ ରିଜଭିଙ୍କୁ ଗିରଫ କରିବା ଏଭଳି ପରିସ୍ଥିତି ସୃଷ୍ଟି କରିଛି।

{"id":438824,"width":836,"height":552,"sizeSlug":"large","linkDestination":"none"}

ଦେଶର ବିଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଲୋକେ ଏକଜୁଟ୍‌ ହୋଇ ସରକାରଙ୍କ ବିରୋଧରେ ନାରାବାଜୀ ସହ ବିକ୍ଷୋଭ ଓ ପୋଡାଜଳା ଚଳାଇଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ସରକାର ଏବେ ସେନାର ସହାୟତା ନେବା ଗୃହଯୁଦ୍ଧଭଳି ଅବସ୍ଥା ସୃଷ୍ଟି କରିଛି।  ଲଗାତାର ତୃତୀୟ ଦିନ ଦେଶରେ ରକ୍ତାକ୍ତ ସଂଘର୍ଷକୁ ନେଇ ୧୯୯୭ ଆତଙ୍କବାଦ ନିରୋଧୀ ଅଧିନିୟମର ଧାରା ୧୧-ବିରେ ଟିଏଲପିକୁ ଦେଶରେ ନିଷିଦ୍ଧ କରିବା ଲାଗି ପଞ୍ଜାବ ସରକାରଙ୍କ ପ୍ରସ୍ତାବକୁ ଇମ୍ରାନ ସରକାର ମଞ୍ଜୁର କରିଛନ୍ତି । ଫଳରେ ଦେଶରେ ମୌଳବାଦୀ ସଂଗଠନ ନିଷିଦ୍ଧ ହୋଇଯାଇଥିବା ବେଳେ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।

{"id":438825,"width":839,"height":471,"sizeSlug":"large","linkDestination":"none"}

ଫରାସୀ ପତ୍ରିକା ପୈଗମ୍ବର ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ କରିବା ଘଟଣାକୁ ଟିଏଲପି ଗତବର୍ଷ ଦେଶରେ ତୀବ୍ର ବିରୋଧ କରିଥିଲା। ଏହା ସହ ଦେଶରେ ଥିବା ଫରାସୀ ରାଷ୍ଟ୍ରଦୂତଙ୍କୁ ଏପ୍ରିଲ ୨୦ ସୁଧା ନିଷ୍କାଷିତ କରିବା ଲାଗି ସରକାରଙ୍କୁ ଅଲ୍ଟିମେଟମ ଦେଇଥିଲା। ତେବେ ସରକାର ସେ ବାବଦରେ କୌଣସି ନିଷ୍ପତ୍ତି ନେବା ବଦଳେ ଟିଏଲପି ନେତା ରିଜଭିଙ୍କୁ ଗରିଫ କରିଛନ୍ତି। ଏହାକୁ ନେଇ ସାରା ଦେଶରେ ଟିଏଲପି ସମର୍ଥମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ଭିଆଉଛନ୍ତି।

{"id":438826,"width":838,"height":558,"sizeSlug":"large","linkDestination":"none"}

ଗତ ସୋମବାର ରିଜଭିଙ୍କୁ ପୋଲିସ ଗିରଫ କରିଥିଲା। ତା ପରଠାରୁ ବିଭିନ୍ନ ସ୍ଥାନରେ ଲୋକେ ଏକତ୍ରିତ ହେବା ସହ ସରକାରଙ୍କୁ ବିରୋଧ କରିବା ସହ ପୋଡାଜଳା ଆରମ୍ଭ କରିଥିଲେ। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସ୍ଥାନରେ ସଙ୍ଗଠନର ୨ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିବା ବେଳେ ହିଂସା ଉଗ୍ର ହେବାରେ ଲାଗିଛି। ତେବେ ଦେଶର ମୁଖ୍ୟ ସଡକମାର୍ଗ ଓ ଛକ ଗୁଡିକୁ ସରକାର ବିକ୍ଷୋଭକାରୀଙ୍କ କବଳରୁ ମୁକ୍ତ କରିଥିବାର ସୂଚନା ମିଳୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.