Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଭୁଲ ଚିକିତ୍ସାରୁ ଗଲା ଶିଶୁର ଜୀବନ – ମେଡିସିନ୍ ଦୋକାନୀ ଫେରାର

29/11/2019 at 9:34 PM

ଚାନ୍ଦବାଲୀ ୨୯।୧ –  ଭୁଲ ଚିକିତ୍ସାରୁ ଗଲା ଶିଶୁର ଜୀବନ । ଚାନ୍ଦବାଲି ବାଂଶଡା ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଗତ ୨୭ ତାରିଖ ଦିନ ବାଂଶଡା ଥାନା ଘଣ୍ଟେଶ୍ବରୀ ଗାଁର ଗଙ୍ଗାଧର ବାରିକଙ୍କ ପୁଅ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ନିକଟରେ ଥିବା ତାରିଣୀ ମେଡିସିନ ଷ୍ଟୋରକୁ ନେଇଥିଲେ । ମେଡିସିନ୍ ଦୋକାନୀ ମଦନ ମୋହନ ତାଙ୍କୁ ଔଷଧ ସହ ଗୋଟିଏ ଇଞ୍ଜେକ୍ସନ ଦେଇଥିଲେ ।

 ତେବେ ପୁଅର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୋଗୀକୁ ଭୁଲ ଔଷଧ ଇଞ୍ଜେକ୍ସନ ଦିଆଯାଇଥିବା ଭଦ୍ରକ ଡାକ୍ତର କହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ପରଠୁ ମେଡିସିନ୍ ଦୋକାନୀ ମଦନ ମୋହନ ଫେରାର ହୋଇଯାଇଛନ୍ତି ।ଭୁଲ ଚିକିତ୍ସା ନେଲା ଜୀବନ    ଚାନ୍ଦବାଲି

୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ମାମଲାର ଶୁକ୍ରବାର ଢେଙ୍କାନାଳର ସ୍ବତନ୍ତ୍ର ପୋସ୍କୋ ଅଦାଲତ ରାୟ ଶୁଣାଣୀ କରିଛନ୍ତି। ଏହି ମାମଲାର ବିଚାର କରି ଢେଙ୍କାନାଳ ଜିଲ୍ଲା ସୁରଭି ଗ୍ରାମର କାଳନ୍ଦି ସ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫଳରେ କାଳନ୍ଦିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା କରାଯାଇଛି ।

   Related Posts