Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ସୋସିଆଲ ମିଡ଼ିଆରେ କଲେଜ ଅଧ୍ୟକ୍ଷଙ୍କ ଚରିତ୍ର ସଂହାର: ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା

22/05/2020 at 9:27 PM

ଆନନ୍ଦପୁର୨୨/୫: ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତିଙ୍କ ବ୍ଯକ୍ତିଗତ ଚରିତ୍ରକୁ ଆକ୍ଷେପ କରି ସୋସିଆଲ ମିଡିଆରେ ଜଣେ ଯୁବକ ବାରମ୍ବାର ବିଭିନ୍ନ ଆପତ୍ତିଜନକ ପୋଷ୍ଟ କରି ଚାଲିଛନ୍ତି । ଚଳିତ ମାସ ପତିତପାବନ ମହାବିଦ୍ୟାଳୟ, ସାଇଁକୁଳ ଠାରେ କେତେକ ପଦବୀ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହା ପରଠାରୁ ସଂପୃକ୍ତ ଯୁବକ ଓ ତାର ସହଯୋଗୀ ମାନେ ସୋସିଆଲ ମିଡ଼ିଆରେ ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ପୋଷ୍ଟ କରିଚାଲିଥିବା ଅଭିଯୋଗ କରିଛନ୍ତି ଅଧକ୍ଷ ପ୍ରଦୀପ ମହାନ୍ତି ।

ଅନ୍ୟପଟେ ସଂପୃକ୍ତ ବିଜ୍ଞାପନ ଆନନ୍ଦପୁର ପତିତପାବନ ମହାବିଦ୍ୟାଳୟର ହୋଇନଥିବା ସେ ସ୍ପଷ୍ଟ କରିଥିଲେ ମଧ୍ୟ ସଂପୃକ୍ତ ଯୁବକମାନେ ଏ ଭଳି କାଣ୍ଡ ଘଟାଇ ଚାଲିଛନ୍ତି । ଆଜି ବାଧ୍ୟହୋଇ ଅଧକ୍ଷ ଶ୍ରୀ ମହାନ୍ତି ସଂପୃକ୍ତ ଯୁବକଙ୍କ ବିରୋଧରେ ଘସିପୁରା ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏଭଳି ଘଟଣାକୁ ଦୃଢ ବିରୋଧକରି ମହାବିଦ୍ୟାଳୟର ଅଧ୍ଯାପକ , ଅଧ୍ୟାପିକା ଏବଂ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

   Related Posts