Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ବ୍ଲକ ଚେୟାରମ୍ୟାନଙ୍କ ସମେତ ୪ ଜଣଙ୍କ ନାଁରେ ଥାନାରେ ମାମଲା

31/05/2020 at 8:59 PM

ନୀଳଗିରି୩୧/୫: ନୀଳଗିରି ବ୍ଲକ ଚେୟାରମ୍ୟାନ ଜାନକୀ ସିଂ ଙ୍କୁ ନିଜ ଗାଁରେ ଆକ୍ରମଣ ଅଭିଯୋଗ ହେବାପରେ ପୁଣି ତାଙ୍କ ନାମ ସମେତ ଆଉ ୪ ଜଣଙ୍କ ନାମରେ ପାଲଟା ମାମଲା ରୁଜୁ ହୋଇଛି। ସୂଚନାରୁ ପ୍ରକାଶ କି ଗତ ୨୮ ତାରିଖ ଦିନ ରାତି ୮ ଟାରେ ବାଘମରା ଗ୍ରାମରେ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହା ଉଗ୍ରରୂପ ଧାରଣ କରି ଆକ୍ରମଣ ପର୍ଯ୍ୟନ୍ତ ଯାଇଥିଲା। ବ୍ଲକ ଚେୟାରମ୍ୟାନ ଘରକୁ ଫେରୁଥିବା ବେଳେ  ଗ୍ରାମର ୧୦/୧୫ ଜଣ ଯୁବକ  ତାଙ୍କୁ ଅଟକାଇ ପାଟିତୁଣ୍ଡ କରିଥିଲେ। ଏପରି କି ଆକ୍ରମଣ କରିବା ସହ ଅସଦାଚରଣ କରିବା ମଧ୍ୟ ଅଭିଯୋଗ ହୋଇଥିଲା। ପୋଲିସ ୧୬୬ ନମ୍ୱର ମାମଲା ରୁଜୁକରି  କାର୍ତ୍ତିକ ସିଂ,ଭୀମ ସିଂ,ଗୌତମ ସିଂ ତିନିଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେହିପରି ସେହିଗ୍ରାମର ମଧୁ ସିଂଙ୍କ ସ୍ତ୍ରୀ ହେମ ସିଂ ମଧ୍ୟ ପାଲଟା ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ଦମ୍ପତି ଆହତ ହୋଇଥିବା ମଧ୍ୟ ଜଣାଯାଇଛି।ଏନେଇ୪୧,୨୯୪,୩୨୩,୩୨୪,୩୦୭,୩୫୪,୫୦୬,୩୪ ଆଇପିସିରେ ନୀଳଗିରି ବ୍ଲକ ଚେୟାରମ୍ୟାନ ଜାନକୀ ସିଂ, ରବିନାରାୟଣ ସିଂ,ବିଦେଶୀ ସିଂ,ଲମ୍ବୋଧର ବିଶ୍ୱାଳ, କାଳିଆ ସିଂ ଙ୍କ ବିରୁଦ୍ଧରେ ୧୬୭ ନମ୍ବର ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ତଦନ୍ତ ଅଧିକାରୀ ଗଣେଶ ଚନ୍ଦ୍ର ତ୍ରିପାଠୀ କାହାରିକୁ ଗିରଫ କରି  ନାହାଁନ୍ତି। ତେବେ ଏହି ଘଟଣା ରାଜନୈତିକ ଆକ୍ରୋଶ ପାଇଁ ଘଟିଥିବା କୁହାଯାଇଛି।

   Related Posts