ସ୍କୁଲ ମାଡି ନାହାନ୍ତି କିନ୍ତୁ ଗଣିତରେ ବିଚକ୍ଷଣ, କେଇ ସେକେଣ୍ଡରେ କରି ଦେଉଛନ୍ତି ବଡ଼ ବଡ଼ ଗୁଣନ, ଟ୍ବିଟର ୟୁଜର୍ସ କହିଲେ ଜିନିଅସ୍
3/09/2020 at 1:16 PM

ରାଜସ୍ଥାନ ୦୩/୦୯- ବଡ଼ ବଡ଼ ଅଙ୍କ ସମାଧନ କରିବା ପାଇଁ ଲୋଡା ପଡ଼େ କାଲକୁଲେଟର। କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୁହେଁ ମୁହେଁ ବଡ଼ ବଡ଼ ଗୁଣ କରିପାରୁଛନ୍ତି। ରାଜସ୍ଥାନର ଡୁଡୁରେ ରହନ୍ତି ଇର୍ଫାନ। ତାଙ୍କର ଗୁଣନ କରିବାର କୌଶଳ ଯୋଗୁ ତାଙ୍କୁ ‘ସୁପରହ୍ୟୁମାନ’’ ନାଁ ଦିଆଯାଇଛି। ଗୋଟିଏ ପୁରୁଣା ଭିଡିଓରେ ତାଙ୍କର ଏ ଦକ୍ଷତା ସାମ୍ନାକୁ ଆସିଛି।
ଭିଡିଓଟିକୁ ଜଣେ ଟ୍ବିଟର ୟୁଜର୍ ସେୟାର୍ କରିଛନ୍ତି। ସେଥିରୁ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ତାଙ୍କୁ ପଚାରୁଛନ୍ତି ୧୨ ବର୍ଷରେ ଜଣେ ଲୋକ କେତେ ଦିନ ବଞ୍ଚିଛନ୍ତି। ଆଖି ପଲକ ପଡିଛି କି ନାହିଁ ଇର୍ଫାନ କହଛୁନ୍ତି ୪,୩୮୦ ଦିନ।

ଏହିଭଳି ଭାବେ ସେହି ବ୍ୟକ୍ତି ତାଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି ଓ ଇର୍ଫାନ୍ ଉତ୍ତର ଦେବାରୁ ଫେଲ୍ ମଧ୍ୟ ହୋଇ ନାହାନ୍ତି। ସବୁଠୁ ଅାଶ୍ଚଯ୍ୟର୍ର୍ ଓ କୌତୂହଳର ବିଷୟ ସେ ଆଦୌ ସ୍କୁଲ ମାଟି ମାଡି ନାହାନ୍ତି। ଅର୍ଥାତ୍ ସ୍କୁଲରେ ପାଠ ପଢ଼ି ନାହାନ୍ତି।
ଇର୍ଫାନଙ୍କ ଏ ଭିଡିଓ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭାଇରାଲ ହେଉଛି। ୨୪ ହଜାର ୩୦୦ ଜଣ ଏହି ଭିଡିଓକୁ ଦେଖିଥିବା ବେଳେ ନେଟିଜେନ୍ ମାନେ ଇର୍ଫାନଙ୍କ ଟ୍ୟାଲେଣ୍ଟକୁ ପ୍ରଶଂସା କରିଛନ୍ତି। ଅନେକ ଏ ଭିଡିଓକୁ ବିଦ୍ୟା ବାଲାନଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି। କାରଣ ସେ ନିକଟରେ ଶକୁନ୍ତଳା ଦେବୀରେ ହ୍ୟୁମାନ କମ୍ପ୍ୟଟର ଭୂମିକାରେ ନଜର ଅାସିଛନ୍ତି। ଟ୍ବିଟର ୟୁଜର୍ସ ତଥା ନେଟିଜେନ୍ ମାନେ ତାଙ୍କୁ ଜିନିଅସ୍ ସମ୍ବୋଧନ କରିଛନ୍ତି। ତେବେ ଅଗଷ୍ଟରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ନୀଳକଣ୍ଠ ଭାନୁପ୍ରକାଶ ‘ଓ୍ବାଲ୍ର୍ଡ ଫାଷ୍ଟେଷ୍ଟ୍ ହ୍ୟୁମାନ କାଲକୁଲେଟର’ ଟାଇଟଲ ଜିତିଛନ୍ତି।