ଅନଲାଇନରେ ଏକ ଲକ୍ଷ ମହିଳାଙ୍କ ନକଲି ନଗ୍ନ ଚିତ୍ର ସେୟାର, ସାଂଘାତିକ ଅଭିଯୋଗ ଆଣିଲେ ଗୁଇନ୍ଦା କମ୍ପାନୀ, ରୁଷରେ ପପୁଲାର ଆପ୍ ନିୟମ ଭାଙ୍ଗୁ ନ ଥିବା କହିଲେ ଅଧିକାରୀ

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ ୨୧/୧୦: ଅନଲାଇନରେ ମହିଳାମାନେ ଫଟୋ ସେୟାର କରୁଥିଲେ ହୋଇଯାଆନ୍ତୁ ସାବଧାନ! କେତେବେଳେ ଆପଣଙ୍କ ଫଟୋ ନଗ୍ନ ଚିତ୍ରରେ ପରିଣତ ହୋଇଯିବ ଏକଥା ଜାଣିପାରିବେ ନାହିଁ। ପାଖାପାଖି ଲକ୍ଷେ ମହିଳାଙ୍କ ନକଲି ନଗ୍ନ ଫଟୋ ଅନଲାଇନରେ ସେୟାର ହେଉଛି। ଗୁଇନ୍ଦା କମ୍ପାନି ସେନସିଟିର ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ସୋସିଆଲ ମିଡ଼ିଆରୁ ମହିଳାଙ୍କ ଫଟୋରୁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସି ଉପଯୋଗ ଦ୍ବାରା ସେମାନଙ୍କ ପୋଷାକକୁ ଡିଜିଟାଲି କାଢ଼ି ଦିଆଯାଉଛି। ବିବିସି ରିପୋର୍ଟ ଅନୁସାରେ ତା’ପରେ ଏହି ଫଟୋକୁ ଟେଲିଗ୍ରାମରେ ଅନଲାଇନରେ ପ୍ରସାରିତ ବା ସେୟାର କରାଯାଉଛି।

ସେନିସିଟି ଅନୁସାରେ ଟେକ୍ନୋଲଜି ‘ଡିପ୍‌ଫେକ ବଟ୍’ ବ୍ୟବହାର କରେ। ତେବେ ଯେଉଁମାନଙ୍କ ଫଟୋ ଲିକ୍ ବା ଭାଇରାଲ ହେଉଛି ସେମାନେ କମ୍ ବୟସ୍କ। ‘ଡିପଫେକ୍‌’ ହେଉଛି କମ୍ପ୍ୟୁଟର ଜେନେରେଟେଡ୍। ଏହା ଜଣକର ପ୍ରକୃତ ଫଟୋ ଓ ଭିଡ଼ିଓକୁ ନେଇ ଅନ୍ୟ ଜଣକ ମୁହଁରେ ଯୋଡି ଥାଏ। ଫଟୋ ପୂରା ଦେଖିବାକୁ ମଧ୍ୟ ବାସ୍ତବିକ ଲାଗେ।

ସେନସିଟିର ମୁଖ୍ୟ ଏକଜିକ୍ୟୁଟିଭ୍ କହିଛନ୍ତି ଏହା ନିହାତି ଭାବେ ପୂରାପୂରି ନୂଆ ଚିନ୍ତାଧାରା। ସେ ମଧ୍ୟ ଚେତାବନୀ ଦେଇ କହିଛନ୍ତି ସୋସିଆଲ ମିଡ଼ିଆରେ ଥିବା ପବ୍ଲିକ ଆକାଉଣ୍ଟକୁ ସହଜରେ ଟାର୍ଗେଟ କରାଯାଉଛି। ୟୁଜର ମହିଳାଙ୍କ ଫଟୋକୁ ବଟକୁ ପଠାଇ ଥାଏ ଓ ଏହା ଏକ ନକଲି ନଗ୍ନ ତଥା ଅଶ୍ଳୀଳ ଫଟୋ ତିଆରି କରିଥାଏ। ସାଧାରଣତଃ ଏହା ଫଟୋରୁ ଡ୍ରେସକୁ କାଢ଼ି ଦେଇଥାଏ ମାତ୍ର କେଇ ମିନିଟରେ।

ତେବେ ଏହି ସେବାକୁ ପରିଚାଳିତ କରୁଥିବା ଅଧିକାରୀ ଏହାକୁ ସ୍ବୀକାର କରି ନାହାନ୍ତି। ରିୟଲ ଲାଗୁ ନ ଥିବାରୁ କି ବାସ୍ତବିକ ହୋଇ ନ ଥିବାରୁ ହିଂସା କି ବ୍ଲାକମେଲିଂ ପାଇଁ ଏହାକୁ ଉପଯୋଗ କରାଯାଉ ନ ଥିବା କଥାକୁ ଖଣ୍ଡନ କରିଛନ୍ତି। ରୁଷୀୟ ସୋସିଆଲ ମିଡ଼ିଆ ସାଇଟ୍ ଭିକେରେ ଏହାର ବିଜ୍ଞାପନ ହେଉଛି। ଏହା ସହ ଏହାର ଅଧିକାଂଶ ୟୁଜର ରୁଷିଆର ହିଁ ହୋଇଥାନ୍ତି।

୨୦୧୯ରେ ଏ ପ୍ରକାର ‘ଡିପନ୍ୟୁଡ୍’ ନାଁରେ ଆଉ ଏକ ଆପ୍ ଦେଖିବାକୁ ମିଳିଥିଲା ଯାହା କିଛି ସେକେଣ୍ଡ ମଧ୍ୟରେ ମହିଳାଙ୍କ ଫଟୋକୁ ନଗ୍ନ କରି ଦେଉଥିଲା। ତେବେ ଏବେ ଯେଉଁ ବଟ୍ ଆସିଛି ସେଥିରେ କେବଳ ମହିଳାଙ୍କ ଫଟୋକୁ ନଗ୍ନତାରେ ପରିଣତ କରି ହେବ। ପୁରୁଷଙ୍କ ଫଟୋ ଏଥିରେ କାମ ଦେଇ ନ ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.