Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଇଦ୍‌ ପୂର୍ବରୁ ଇରାକ୍ ବଜାରରେ ISISର ଆତ୍ମଘାତୀ ବିସ୍ଫୋରଣ, ୩୦ ମୃତ, ରକ୍ତ ଜୁଡ଼ୁବୁଡ଼ୁ ହୋଇ ଦୌଡ଼ିଲେ ଲୋକେ

20/07/2021 at 9:39 AM

 ନୂଆଦିଲ୍ଲୀ, ୨୦/୦୭: ଇଦ୍‌ ପୂର୍ବରୁ ଇରାକ୍ ରାଜଧାନୀର ଏକ ବଜାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଫଳରେ ୩୦ ସାଧାରଣ ଜନତାଙ୍କର ଜୀବନ ଯାଇଛି । ଏହି ଆତ୍ମଘାତୀ ବିସ୍ଫୋରଣ ଇସ୍‌ଲାମିକ୍‌ ଷ୍ଟେଟ୍‌ ସମୂହ ବା ISIS ନିଜେ ଘଟାଇଥିବା ପ୍ରକାଶ କରିଛି । ଏକ ଟେଲିଗ୍ରାମ ଗ୍ରୁପ୍‌ରେ ବାର୍ତ୍ତା ଦେଇ କହିଛି ଯେ, ଅବୁ ହଜ୍‌ମା ଅଲ୍‌ ନାମକ ISIS ଆତଙ୍କବାଦୀ ସୋମବାର ରାତିରେ ବାଗଦାଦ୍‌ର ସହର ଭିତରେ ପ୍ରବେଶ କରି ଭିଡ଼ ଥିବା ବେଳେ ଏକ ବମ୍‌ ବ୍ଲାଷ୍ଟ କରିଛି । ଯେଉଁଥିରେ ୩୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଲୋକ ଏଥିରେ ଗୁରୁତର ହୋଇଛନ୍ତି ।

ସ୍ଥାନୀୟ ଏକ ଗଣମାଧ୍ୟମର ଫଟୋଗ୍ରାଫରଙ୍କ ସୂଚନା ମୁତାବିକ, ଏହି ବିସ୍ଫୋରଣ ବାଗ୍‌ଦାଦ୍‌ରେ ବର୍ଷ ଧରି ହୋଉଥିବା ଭୀଷଣ ଆତ୍ମଘାତୀରୁ ଗୋଟିଏ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୃତ ବ୍ୟକ୍ତିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡ଼େ ପଡ଼ିଥିଲା । ଇଦ୍‌ କାରଣରୁ ବଜାରରେ ପ୍ରବଳ ଭିଡ଼ ଥିଲା ।

ଇରାକ୍‌ ରାଷ୍ଟ୍ରପତି ବରହମ ସାଲିହ ସଦର ସହରରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହିତ ଏହା ଏକ ଜଘନ୍ୟ ଅପରାଧ ବୋଲି କହିଛନ୍ତି । ମୃତ ବ୍ୟକ୍ତିଙ୍କୁ ଲାଗି ଶୋକ ବ୍ୟକ୍ତ କରିଛନ୍ତି । ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଏବଂ ୭ ଜଣ ପିଲା ଥିବା ବେଳେ ୨୮ରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ବିସ୍ଫୋରଣ ପରେ ଏହାର ସିସିଟିଭି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଯେଉଁଥିରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଲୋକେ ଦୌଡ଼ୁଥିବା ଦେଖାଯାଉଛି । ଏହା ଏତେ ଜୋର୍‌ରେ ଶବ୍ଦ କରିଥିଲା ଯେ, ବଜାରର କିଛି ଦୋକାନ ଛାତ ମଧ୍ୟ ଉଡ଼ିଯାଇଥିଲା ।

   Related Posts