ଏ.ବି.ଡେଭଲିୟର୍ସ କହିଲେ ଅସମୟରେ କାହିଁକି ନେଇଥିଲେ କ୍ରିକେଟ୍‌ରୁ ସନ୍ୟାସ

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୨।୭: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ର ପୂର୍ବତନ କ୍ୟାପ୍ଟେନ୍‌ ତଥା ବ୍ୟାଟସ୍‌ମ୍ୟାନ୍‌ ଏ.ବି.ଡେଭିଲିୟର୍ସ ୨୦୧୮ ମସିହାରେ କ୍ରିକେଟ୍‌କୁ ଅଲବିଦା କହିଥିଲେ। ସବୁକିଛି ଠିକ୍‌ ଠାକ ଥିବା ବେଳେ ଡେଭିଲିୟର୍ସଙ୍କ ଅଚାନକ ଅବସର ଘୋଷଣା ସମଗ୍ର ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କୁ ସ୍ତବ୍ଦ କରିଦେଇଥିଲା। ତେବେ ୨୦୧୫ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ଧଲର ପରାଜୟ ହିଁ ତାଙ୍କୁ ଅସମୟରେ କ୍ରିକେଟ୍‌ ଛାଡିବାକୁ ବାଧ୍ୟ କରିଥିଲା ବୋଲି ଡେଭିଲିୟର୍ସ ଦୀର୍ଘ ବର୍ଷ ପରେ ହର୍ଷ ଭୋଗଲେଙ୍କ ସହ କଥାବାର୍ତ୍ତା କାଳରେ କହିଛନ୍ତି।

{"id":294803,"sizeSlug":"large"}

ଡେଭିଲିୟର୍ସ ଥିଲେ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍। ମାତ୍ର ୩୬ ବର୍ଷ ବୟସରେ ସେ ୧୪ ବର୍ଷର କ୍ୟାରିୟରକୁ ଅଚାନକ ଗୁଡବାଏ କହିଥିଲେ। ସେତେବେଳେ ତାଙ୍କୁ ଅବସରର କାରଣ ପଚରାଯିବାରୁ ସେ ଥକି ପଡିଥିବା କହିଥିଲେ ବି ଅସଲ କଥା ଏପର୍ଯ୍ୟନ୍ତ ଜଣାପଡିନଥିଲା। ତେବେ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ତାଙ୍କ ଟିମ୍‌ର ପରାଜୟ ହିଁ ଡେଭିଲିୟର୍ସଙ୍କ ସନ୍ୟାସର କାରଣ ବୋଲି ଜଣାପଡିନଥିଲା।

{"id":294806,"sizeSlug":"large"}

ଦକ୍ଷିଣ ଆଫ୍ରିକା ଲାଗି ୧୧୪ଟି ଟେଷ୍ଟରୁ ୮ ହଜାର ୭୬୫ ଓ ୨୨୮ଟି ଅନ୍ତର୍ଜାତୀୟ ଏକଦିବସୀୟରୁ ୯ ହଜାର ୫୭୭ ରନ୍‌ ସଂଗ୍ରହ କରିଥିବା ଡେଭିଲିୟର୍ସ ତାଙ୍କ ନିଜ ଦୃଷ୍ଟିକୋଣରୁ କ୍ରିକେଟରୁ ସନ୍ୟାସ ନେବାରେ ବିଶ୍ୱକପ୍‌ ହିଁ ପ୍ରମୁଖ କାରଣ ଥିବାର ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ସେଦିନ ରାତିରେ ଆମେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଯାଇଥିଲୁ ହେଲେ ସେ ବର୍ଷ ଏହି ପରାଜୟ ଜନିତ ପରିସ୍ଥିତିରୁ ମୁଁ ମୋତେ ବାହାର କରିପାରିନଥିଲି। ମୋତେ ପୁଣିଥରେ ମୂଳରୁ ଆରମ୍ଭ କରିବାର ଥିଲା। ହେଲେ ଏଥିଲାଗି ମୁଁ ନିଜକୁ ପ୍ରସ୍ତୁତ କରିପାରିନଥିଲି।

{"id":294805,"sizeSlug":"large"}

ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ କେବେ ବି ଆଶାଜନକ ପ୍ରଦର୍ଶନ କରିପାରିନାହିଁ। ୧୯୯୨ ଓ ୧୯୯୯ ମସିହା ବିଶ୍ୱକପ୍‌ରେ ମଧ୍ୟ ଟିମ୍‌ର ପ୍ରଦର୍ଶନରେ ସେଭଳି ପରିବର୍ତ୍ତନ ପରିଲକ୍ଷିତ ହୋଇନଥିଲା। ୨୦୧୫ ବିଶ୍ୱକପ୍‌ରେ ଡେଭିଲିୟର୍ସ ଧାରାରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ। ହେଲେ ଭାଗ୍ୟ ସାଥ ଦେଇନଥିଲା। ଏହି ବିଶ୍ୱକପ୍‌ ସେମିଫାଇନାଲରେ ବର୍ଷା ଡେଭିଲିୟର୍ସଙ୍କ ଆଶା ପାଣିକରିଦେଇଥିଲା। ବର୍ଷା ଯୋଗୁ ପୁରା ମ୍ୟାଚ୍‌ ଖେଳାଯାଇ ନ ପାରିବାରୁ ଡକୱର୍ଥ ଲୁଇସ୍‌ ପଦ୍ଧତୀରେ ବିଜେତା ନିର୍ଦ୍ଧାରଣ ହୋଇଥିଲା। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍‌ରେ ବିଜୟୀ ‌ ଘୋଷଣା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.