Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କରୋନାକୁ ମାତ୍ ଦେଲେ ୟୁକେର ୯୯ ବର୍ଷୀୟ ବୃଦ୍ଧା, ସୁସ୍ଥ ହେବାରେ ବ୍ରିଟେନର ହେଲେ ସବୁଠୁ ବୟସ୍କ ବ୍ୟକ୍ତି

5/04/2020 at 5:06 PM

ନୂଆଦିଲ୍ଲୀ ୦୫।୦୪: କରୋନା ଭାଇରସ୍ ଅନ୍ୟ ବୟସ ବର୍ଗର ବ୍ୟକ୍ତିଙ୍କ ଅପେକ୍ଷା ବୟସ୍କ ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି।  ୨୦ ରୁ ୪୦ ବର୍ଷ ବୟସର ବ୍ୟକ୍ତି କରୋନାରୁ ଶୀଘ୍ର ସୁସ୍ଥ ହେଉଥିବା ବେଳେ ୬୦ ଏବଂ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ବୟସ୍କ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ବିଶେଷ କରି ମଧୁମେହ ଏବଂ ହୃଦଘାତ ରୋଗୀଙ୍କ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଅନେଶ ଦେଶରେ ବରିଷ୍ଠ ନାଗରିକଙ୍କ ପ୍ରତି କରୋନା ଭାଇରସ୍ ଦାଉ ସାଜିଛି।

ମାତ୍ର ନିକଟରେ ଏମିତି କିଛି ଅସ୍ଵାଭାବିକ କେସ୍ ସାମ୍ନାକୁ ଆସିଛି ଯେଉଁଥିରେ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ଆଶା ଜାଗି ଉଠିଛି। କିଛି ଦିନ ପୂର୍ବେ ଇଟାଲୀରେ ଜଣେ  ୯୫ ବର୍ଷୀୟ ଦାଦି କରୋନାକୁ ମାତ୍ ଦେଇ ସୁସ୍ଥ ହେବାରେ ସକ୍ଷମ  ହୋଇଛନ୍ତି। କରୋନାରେ ସଂକ୍ରମିତ ହେବାରେ ସେ ଦେଶର ସବୁଠୁ ବୟସ୍କ ବ୍ୟକ୍ତି ଥିଲେ। ବୃଦ୍ଧାଙ୍କ ନାମ ଆଲମା କ୍ଲାରା କୋର୍ସିନି। ତାଙ୍କୁ ମାର୍ଚ୍ଚ ୫ରେ ପାବୁଲୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷଣରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତିନି ସପ୍ତାହ ଉପଚାର ପରେ ସେ ସୁସ୍ଥ ହୋଇଥିଲେ।

ଏହା ପୂର୍ବରୁ ଇଟାଲୀରେ ଜଣେ ୧୦୩ ବର୍ଷୀୟ ବୃଦ୍ଧା କରୋନା ସଂକ୍ରମିତ ହୋଇ ସହରର ସେମନାନ  ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେ ଗୋଟିଏ ସପ୍ତାହ ଭିତରେ ସୁସ୍ଥ ହୋଇ ଯାଇଥିଲେ। ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଡିସଚାର୍ଜ କରି ଦେଇଥିଲେ।

ଏବେ ଜଣେ ୯୯ ବର୍ଷୀୟ ବୃଦ୍ଧା କୋଭିଡ୍ ୧୯ରୁ ସୁସ୍ଥ ହେବାରେ ୟୁକେର ସବୁଠୁ ବୟସ୍କ ବ୍ୟକ୍ତି ହୋଇଛନ୍ତି। ଗତ ସପ୍ତାହରେ ରୀତା ରେୟଣ୍ଡଲ୍ସ ନାମକ ଏହି ଦାଦି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।  ମାତ୍ର ତାଙ୍କର ବୟସ ଅଧିକ ହୋଇଥିବାରୁ ସେ ସୁସ୍ଥ ହୋଇ ପାରିବେ ପରିବାରର କାହାରି ଆଶା ନଥିଲା। ତାଙ୍କୁ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଦ୍ଵାରା ଜୀବନ ରକ୍ଷକ ଔଷଧ ଦିଆଯାଉଥିଲା। ମାତ୍ର ସବୁ ବାଧାବିଘ୍ନ ପରେ ରୀତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଦେଖିବାକୁ ମିଳିଥିଲା।

କେୟାର ହୋମରେ କିଛି ଦିନର ଚିକିତ୍ସା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ନର୍ସ କହିଥିଲେ। ଏବେ ତାଙ୍କୁ ଆପଣ ଘରକୁ ନେଇ ପାରିବେ। ଏହି ପରି ୯୯ ବର୍ଷ ବୟସରେ ବି ମହିଳା କରୋନା ଭାଇରସକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି।

   Related Posts