ଇବ୍ ନଦୀରେ ଭାସିଗଲା ୮ ବର୍ଷର ଝିଅ, ୨ ଘଣ୍ଟା ପରେ ମିଳିଲା ମୃତଦେହ
18/04/2020 at 5:24 PM

ଝାରସୁଗୁଡା୧୮/୪: ଇବ୍ ନଦୀକୁ ଗାଧୋଇବାକୁ ପାଇଁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଲା ୮ ବର୍ଷର ନାବାଳିକା।ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ରାମପୁର ଫାଣ୍ଡି ଅନ୍ତର୍ଗତ ତେଲେନକଛା ଗ୍ରାମର ଆଠ ବର୍ଷର ନାବାଳିକା ଇବନଦୀକୁ ଏକୁଟିଆ ଗାଧୋଇବାକୁ ଯାଇ ନଦୀରେ ବୁଡି ଯାଇଥିଲେ। ସେହି ସମୟରେ ନଦୀ ଆରପଟୁ କିଛି ଲୋକ ଦେଖି ପାଟି କରିଥିଲେ। ସ୍ଥାନୀୟ ଲୋକେ ଜାଲ ନେଇ ବହୁ ଖୋଜାଖୋଜି କରିବାର ୨ ଘଣ୍ଟା ପରେ ଉକ୍ତ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଝାରସୁଗୁଡା ରାମପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଛୋଟ ଝିଅର ମୃତ୍ୟୁରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021