Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବରଗଡ଼: ବ୍ରେନ୍ ଟ୍ୟୁମର ସହ ଲଢ଼େଇ କରୁଛନ୍ତି ୭ ବର୍ଷର ଶିଶୁ, ସରକାରଙ୍କ ସହାୟତାକୁ ଅପେକ୍ଷା, ପାଠ ପଢ଼ିବା ବୟସରେ ଖଟିଆରେ ବିତୁଛି ଜୀବନ

17/05/2020 at 9:25 PM

ପଦ୍ମପୁର୧୭/୫: ବିପିଏଲ ପରିବାରଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା
ଘୋଷଣା କରିଛନ୍ତି । କିନ୍ତୁ ଅଜ୍ଞାନତା କାରଣରୁ ଏହି ଯୋଜନା ଗୁଡିକର ସୁଫଳ ସମସ୍ତ ଗରିବ ପରିବାର ଉଠାଇବାରେ ସକ୍ଷମ ହୋଇ ପାରୁ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗତ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଯେଉଁଠି ଦେଖିବାକୁ ମିଳିଛି ଏକ ଦୃଦୟ ବିଦାରକ ଚିତ୍ର । ଜୀବନର ମାନେ କଣ ଜାଣି ନ ଥିବା ସାତ ବର୍ଷର ସରଳ ଓ ନିଷ୍ପାପ ବାଳକ ଦେବ ସେଠ, ଯିଏ କି ବର୍ତ୍ତମାନ ଖଟରେ ପଡି ଜୀବନ ସହ ଲଢେଇ ଜାରି ରଖୁଛି । ବ୍ରେନ ଟ୍ୟୁମରା ଭଳି ଏକ ଅସାଧ୍ୟ ରୋଗରେ ପୀଡ଼ିତ ଥିବା ଦେବ ବର୍ତ୍ତମାନ ଚିକିତ୍ସା ଅପେକ୍ଷାରେ ।

ପଦ୍ମପୁର ଏନଏସି ଅଧୀନ ହନୁମାନ ପଡାର ଏକ ଭଡା ଘରେ ବହୁ ବର୍ଷ ହେଲା ରହି ଆସୁଛନ୍ତି ଗୋବର୍ଦ୍ଧନ ସେଠ ଏବଂ ତାଙ୍କ ଛୋଟିଆ ପରିବାର ଦିନ ମଜୁରିଆ ଭାବରେ କାମ କରୁଥିବା ଗୋବର୍ଦ୍ଧନର ପରିବାର କହିଲେ ତାଙ୍କ ପିତା, ମାତା, ସ୍ତ୍ରୀ ଓ ସାତ ବାର୍ଷର ଗୋଟିଏ ବଳି ଅଲିଅଲି ପୁଅ । ଘରବାଡି କିମ୍ବା, ଜମିଜମା କିଛି ନଥିବା ଏହି ପରିବାରକୁ ସରକାର ତରପରୁ ଏକ ବିପିଏଲ କାର୍ଡ ଯୋଗାଇ ଦିଆଯାଇଛି । ନିଜର ସୀମିତ ଆୟରେ କୌଣସି ମତେ ପରିବାର ପୋଷଣ କରି ଚଳି ଆସୁଥିଲା ।

ପରିବାରରେ କେହି ପାଠ ପଢ଼ି ନ ଥିବା ବେଳେ ନିଜର ଏକମାତ୍ର ପୁଅକୁ ଭଳା ପାଠ ପଢାଇ ବଡ ମଣିଷ କରିବା ଆଶାରେ ପଦ୍ମପୁରର ଏକ ଇଂରାଜୀ ମିଡିୟମ ସ୍କୁଲରରେ ଦାଖଲ କରାଇଥିଲେ ଏହି ଭଲପାଠ ମଧ୍ୟ ପଢୁଥିଲା ଦେବ । ଦୁଇ ବର୍ଷ ସ୍କୁଲ ,ଯିବା ପରେ ଚଳିତ ବର୍ଷ ଷ୍ଟାଣ୍ଡାର୍ଡ ୧ ରେ ନାମ ଲେଖାଇଥାନ୍ତା ଦେବ। ଅଭାବ ଅନଟନ ଭିତରେ ମଧ୍ୟ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ଏହି ପରିବାରର ସୁଖକୁ ଦଇବକୁ ସାହା ହେଲାନି ଏବଂ ଗତ ଫ୍ରେବୃୟାରି ମାସରୁ ଦେବାର ଶରୀର ଧିରେ ଧିରେ ଖରାପ ହେବାରେ ଲାଗିଲା । ପ୍ରଥମେ ଆଖୀ ଓ ପରେ ବ୍ରେନରେ ଏକ ଟ୍ୟୁମର ସୃଷ୍ଟି ହେବା ଯୋଗୁଁ ଏବେ ଶଜ୍ୟାଶାୟୀ । ସେ ତା ବୟସର ଅନ୍ୟ ଶିଶୁମାନଙ୍କ ପରି ନା ଦେଖି ପାରୁଛି, ନା କଥା କହି ପାରୁଛି. ନା ଚାଲିବୁଲି ଖେଳି ପାରୁଛି. କେବଳ ଖଟରେ ପଡି ରହି ନିଜ ପୁରୁଣା ଦିନକୁ ମନେ ପକାଇ କାନ୍ଦୁଛି ।

ଗତ ଫେବୃୟାରୀ ମାସରୁ ଦେବର ଶରୀରରେ ରେ ଧିରେ ଅବନତି ଦେଖା ଦେଇଥିଲା । ନିଜ ସବୁ କାମଧାମ ଛାଡି ଗୋବର୍ଦ୍ଧନ ତା ପୁଅକୁ ରାୟପୁର ବୁର୍ଲାଭଳି ଅନେକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ ହେଲେ କେହି ଦେବ ର ସଠିକ ରୋଗ ନିରୁପଣ କରି ପାରି ନ ଥିଲେ । ଶେଷରେ ଗତ ମାର୍ଚ୍ଚ ମାସରେ କଟକ ଯାଇ ସେଠାରେ ଦେବର ମୁଣ୍ଢ ସ୍କାନ କରାଯିବାରୁ ତା ମୁଣ୍ଡରେ ଏକ ଟ୍ୟୁମର ସୃଷ୍ଟି ହୋଇଥିବା ଡ଼ାକ୍ତର ପ୍ରକାଶ କରିଥିଲେ ।

ଏହା ସହ ଅପରେସନ ବାବଦକୁ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ପରିବାର ଉପରେ ଚଡ଼କ ପଡିଲା । ଅପରେସନ ପାଇଁ ଆବଶ୍ୟକ ଟଙ୍କା ତାଙ୍କ ପାଖରେ ନଥିଲା ଏବଂ ଏତେ ଟଙ୍କା ଯୋଗାଡ କରିବା ମଧ୍ୟ ତାଙ୍କ ପାଇଁ ସମ୍ଭବ ନଥିଲା ତେଣୁ ପଦ୍ମପୁର ଫେରି ଆସିଥିଲେ । ସେହି ଦିନଠାରୁ ଦେବ ଭଗବାନ ଭରସା ରେ ନିଜ ଘରେ ପଡି ରହିଛି । ଅନ୍ୟ ପଟେ ଯଥାଶୀଘ୍ର ଅସ୍ତ୍ରୋପଚାର ନକଲେ ଶିଶୁ ର ଜିବନ ପ୍ରତି ବିପଦ ଥିବା ଡାକ୍ତର କହିଛନ୍ତି । ଏଣୁ ଅପରେସନ ପଇସା ଯୋଗାଡ କରିନପାରି ତା ପରିବାର ଲୋକେ ମଧ୍ୟ ନିରାଶ ହୋଇ ପଡିଛନ୍ତି । ପୁଅ ଦେବ ର ଅବସ୍ଥା ଦେଖି ତା ମା ର ଲୁହ ଶୁଖୁନି । ଏଣୁ ପ୍ରଶାସନକୁ ଚିକିତ୍ସା ପାଇଁ ଗୁହାରି କରୁଛି ।

   Related Posts