Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କରୋନା ମୁକାବିଲା ଲାଗି କୁମ୍ପି ଭାଙ୍ଗି ଟଙ୍କା ଦେଲା ୬ ବର୍ଷର ଶିଶୁ: ଭିଡିଓ ସେୟାର କରି ଟ୍ୱିଟ କଲେ ଓମାର ଖାଲିଦ୍

2/04/2020 at 7:33 PM

ନୂଆଦିଲ୍ଲୀ୨/୪: କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁଁ ଅନେକ ଲୋକଙ୍କର ଜୀବନ ଓ ଜୀବିକା ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ଯାହାଫଳରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ସାରା ଦେଶରେ ଅନେକ ସହାୟତା ଅଭିଯାନ ଚଳାଉଛନ୍ତି। ଦେଶର ଧନୀ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସେମାନଙ୍କୁ ସାହାଯ୍ୟ କରିବ ପାଇଁ ସରକାରଙ୍କ ସହ ହାତ ମିଳାଇଛନ୍ତି| ଏହି ଅର୍ଥ ସାହାଯ୍ୟରେ ଅଧିକ ରୁ ଅଧିକ ଲୋକଙ୍କୁ ସାହାଯ୍ୟ କରାଯାଉଛି । କିନ୍ତୁ ଏହି ଲକଡାଉନ୍ ମଧ୍ୟରେ ଜଣେ ଛୋଟ ପିଲା ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ଦେଖି ଜେଏନୟୁ ଛାତ୍ର ଉମର ଖାଲିଦ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି |

ନିକଟରେ ଉମର ଖାଲିଦ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ମୁହଁରେ  ମାସ୍କ ପିନ୍ଧିଥିବା ଜଣେ ୬ ବର୍ଷର ଶିଶୁ ପୋଲିସ ଷ୍ଟେସନରେ ପହଞ୍ଚିଛି। ଯେତେବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ପିଲାକୁ ପଚାରନ୍ତି ତୁମେ କାହିଁକି ଏଠାକୁ ଆସିଛ, ସେହି ପିଲା କୁମ୍ପି ଭାଙ୍ଗି ସମସ୍ତ ଟଙ୍କା ପୋଲିସକୁ ଦେଇଛନ୍ତି| ଯେତେବେଳେ ପୋଲିସ ପଚାରିଲା ସେ କୁମ୍ପି ଭାଙ୍ଗି କାହିଁକି ଟଙ୍କା ଦେଉଛନ୍ତି ? ପିଲାଟି ଅତି ସ୍ନେହର ସହ ଉତ୍ତର ଦେଇଥିଲେ – ‘ବାଣ୍ଟିବା ପାଇଁ’ | ତା’ପରେ ଜଣେ ପୋଲିସ ଟଙ୍କା ଧରିଥିଲେ ଏବଂ ପଚାରିଥିଲେ, ‘ବର୍ତ୍ତମାନ ଯେଉଁ ଭାଇରସରେ ଲୋକ ପୀଡିତ ହେଉଛନ୍ତି ସେହି ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଚାହୁଁଛ ? ତେବେ ପିଲାଟି ଉତ୍ତର ଦେଇଥିଲେ’ ହଁ ‘।

ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡ-୧୯ ମାମଲା ଗୁରୁବାର ଦିନ ୧୯୬୫କୁ ବୃଦ୍ଧି ପାଇଛି ଏବଂ ଏପର୍ଯ୍ୟନ୍ତ ୫୦ ଜଣ ଲୋକ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ୧୭୬୪ ଲୋକ ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ୧୫୦ ଜଣ ଲୋକ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି କିମ୍ବା ଅନ୍ୟ ଦେଶକୁ ଯାଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ୩୨୮ ଟି ନୂଆ ମାମଲା ଆସିଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୨  ଜଣଙ୍କର ମୃତ୍ୟୁ ଘଟିଛି।

   Related Posts