Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାକ୍ଟର ଚକା ତଳେ ଚାପି ହୋଇ ଚାଲି ଗଲା ୬ ମାସ ଶିଶୁର ଜୀବନ: ଡ୍ରାଇଭର ଫେରାର

11/05/2020 at 6:51 PM

ରାଇରଙ୍ଗପୁର୧୧/୫: ଦୁନିଁଆ ଦେଖିବା ଆଗରୁ ଜୀବନ ଚାଲିଗଲା। ବାପ-ମାଆଙ୍କ ବେପରୁଆ ଯୋଗୁଁ ୬ ମାସ ଶିଶୁର ଜୀବନ ଚାଲିଗଲା। ତିରିଙ୍ଗ ଥାନା ଭିତର ଆମଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୬ ମାସର ଶିଶୁକୁ ଚାପିଦେଲା ଟ୍ରାକ୍ଟର। ଶିଶୁର ମୃତ୍ୟୁ ପରେ ଅଭିଯୁକ୍ତ ଟ୍ରାକ୍ଟର ଡ୍ରାଇଭର କୁଆଡ଼େ ଫେରାର ହୋଇଛି। ଏହି ଘଟଣାରେ ଟ୍ରାକ୍ଟର ମାଲିକ୍‌ଙ୍କୁ ଅଟକ ରଖି ପୋଲିସ୍‌ ପଚାରଉଚାର ଜାରି ରଖିଛି। ୬ ମାସ ଶିଶୁର ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବର୍ତ୍ତମାନ ମୃତ ଶିଶୁର ବାପ-ମାଆ ଦୁଃଖ​‌ରେ ଭାଙ୍ଗି ପଡିଛନ୍ତି।

   Related Posts