୪ ବର୍ଷର ଶିଶୁ ସହ ଦୁଷ୍କର୍ମ, ଶରୀରରେ ବସିଛି ସୈତାନର ଦାନ୍ତ ଦାଗ, ପୁଣି ମନ ବୁଝିଲାନି ତଳେ କଚାଡ଼ି କଚାଡ଼ି ମାରିଦେଲା...

Published By : Prameya-News7 Bureau | August 29, 2019 IST

ପୁନେ୨୯|୮: ନାରୀମାନଙ୍କ ପାଇଁ ସୁରକ୍ଷିତ କୁହାଯାଉଥିବା ପୁନେରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଏହି ଘଟଣା ସଂପର୍କରେ ଜାଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ। ଦୁନିଆରେ ନୂଆକରି ପାଦ ଥାପିଥିବା ୪ ବର୍ଷର କୁନି ଶିଶୁ ସହ ଦୁଷ୍କର୍ମ କରାଯାଇଛି। ରାସ୍ତା କଡ଼ରେ ଜୀବନ ବିତାଉଥିବା କୁନି ଝିଅ ଦୁନିଆ ଦେଖିବାକୁ ଆଗରୁ ତାଙ୍କ ଜୀବନ ଦୀପ ଲିଭିଗଲା।

ସୂଚନାଯୋଗ୍ୟ ଯେ , ଗରିବ ପରିବାରରେ ଜନ୍ମ ହୋଇଥିବା ଚାରି ବର୍ଷର କୁନି ଶିଶୁ ରାସ୍ତା କଡ଼ରେ ମାଆ-ବାପାଙ୍କ ସହ ଶୋଇଥିବା ଅବସ୍ଥାରେ ତାଙ୍କୁ ଅପହରଣ କରାଯାଇଛି। ଶିଶୁଟିକୁ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରାଯାଇଛି। ଏତିକିରେ ମଣିଷଖିଆ ରାକ୍ଷସର ମନଶାନ୍ତି ହେଲାନି ଯେ ପୁଣି କୁନି ଶିଶୁ ଶରୀର​‌ରେ ଅସଂଖ୍ୟ ଦାନ୍ତ ଦାଗ ବସାଇ ଦେଇଛି। ନିଜର ଇଚ୍ଛା ପୂରଣ ହେବା ପରେ କୁନି ଝିଅକୁ ତଳେ କଚାଡ଼ି କଚାଡ଼ି ଅଭିଯୁକ୍ତ ହତ୍ୟା କରିଛି। ପିଲାର ଏମିତି ଅବସ୍ଥା ଦେଖି ମାଆ-ବାପାଙ୍କ ଆଖିରୁ ଲୁହ ଧାର ବହିବା ବନ୍ଦ ହେଉନାହିଁ। କୁନି ଝିଅକୁ ଝୁରି ଝୁରି ମାଆ-ବାପା ଜିଅନ୍ତା ଶବ ପାଲିଟି ଗଲେଣି।

ଏହିଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିବା ପରେ ପୁନେରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। କୁନି ଝିଅ ସହ ଦୁଷ୍କର୍ମ କରିଥିବା ସୈତାନକୁ ପୋଲିସ ଖୋଜୁଛି। ଏହିଭଳି ଅମାନୁଷିକ କାଣ୍ଡ ଘଟାଇଥିବା ସୈତାନକୁ ଶୀଘ୍ର ଗିରଫ କରିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.