ବର୍ଷାରେ ଭୂଷୁଡିଲା ୪ ମହଲା ବିଲ୍ଡିଂ, ୧୧ ଜବାନଙ୍କ ସମେତ ମୋଟ ୧୨ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | July 15, 2019 IST

ଶିମଲା, ହିମାଚଲ ପ୍ରଦେଶ କୁମାର ହଟ୍ଟୀ ନଗରରେ ଭିଷଣ ବର୍ଷା ଯୋଗୁ ଏକ ୪ ମହଲା କୋଠା ଭୂଷୁଡି ପଡିଛି। ଫଳରେ ୧୧ ଜଣ ସୈନିକ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ବର୍ଷା ବେଳେ ଆସାମ ରାଇଫଲସର ଜବାନମାନେ ବିଲ୍ଡିଂରେ ଏକ ପାର୍ଟିର ଆୟୋଜନ କରିଥିଲେ। ତେବେ ଅଚାନକ ବିଲ୍ଡିଂଟି ଭୂଷୁଡି ପଡିଥିଲା। ବିଲ୍ଟିଂ ତଳେ ଏବେବି ଜଣେ ଜବାନ ଦବି ରହିଛନ୍ତି। ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଏନଡିଆରଏଫ ସମେତ ସ୍ଥାନୀୟ ପୋଲିସ ଓ ସେନା  ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ ଚଳାଯାଇଛି।

{"id":133888}

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କ୍ୟାବିନେଟ ମନ୍ତ୍ରୀ ରାଜୀବ ସୈଜଲ ସମେତ ସାଂସଦ ସୁରେଶ କଶ୍ୟପ ଏବଂ ବିଧାନସବା ବାଚସ୍ପତି  ରାଜୀବ ବିନ୍ଦଲଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଭୂଷୁଡି ପଡିଥିବା ବିଲ୍ଡିଂରୁ ସେନା ୨୮ ଜଣଙ୍କୁ ଉଦ୍ଧାର କରିଛନ୍ତି। ତେବେ ବିଲ୍ଡିଂଟି ପ୍ଲାନ ଅନୁସାରେ ନିର୍ମିତ ହୋଇ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି। ମାମଲାରେ ବିଲ୍ଡିଂର ମାଲିକ ଶୈଳ କୁମାରଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

{"id":133889}

ଡଗଶାୟୀ ସେନା ଛାଉଣୀ ନିକଟସ୍ଥ କୁମାର ହଟ୍ଚୀ-ନାହନ ମାର୍ଗ କଡରେ ଅବସ୍ଥିତ ଏହି ବିଲ୍ଡିଂଟିକୁ ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆସାମ ରାଇଫଲସର ଜବାନମାନେ  ଭଡା ନେଇଥାନ୍ତି। ଏହିକ୍ରମରେ ଏଠାରେ ରବିବା ଜବାନମାନଙ୍କ ଏକ ପାର୍ଟି ଚାଲିଥିବା ବେଳେ ବର୍ଷା ଯୋଗୁ ବିଲ୍ଡିଂଟି ଭୂଷୁଡି ପତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.