ଗରମ କ୍ଷୀର କୁଣ୍ଡରେ ପଡି ୨ ବର୍ଷର ଶିଶୁ ଗୁରୁତର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ହାତ ଯୋଡି ଆକୁଳ ନିବେଦନ କଲେ ବାପା

Published By : Prameya-News7 Bureau | September 20, 2020 IST

ସାଲେପୁର୨୦/୯: ଗରମ କ୍ଷୀର କୁଣ୍ଡରେ ପଡି ୨ ବର୍ଷର ଶିଶୁ ଗୁରୁତର। କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ତରିତୋ ପଞ୍ଚାୟତ ମୃକୁଣ୍ଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୁକୃଣ୍ଡି ଗାଁର  ଅଭୟ ବେହେରାଙ୍କ  ୨ ବର୍ଷର ଝିଅ ଧକି ବେହେରା ଚଳିତ ମାସ ୧୭ ତାରିଖରେ ଗରମ କ୍ଷୀର କୁଣ୍ଡରେ  ପଡି ତାଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଛି । ଏବେ ଗୁରୁତର ଅବସ୍ଥାରେ ଶିଶୁକନ୍ୟାଟି କଟକ CDA  ସେକ୍ଟର୍ ୭ ରେ ଥିବା New born hospital ରେ ଚିକିତ୍ସାଧୀନ ଅଛନ୍ତି । ଶିଶୁକନ୍ୟାଟିର ଚିକିତ୍ସିତ ପାଇଁ  ଦୈନିକ  ୨୦,୦୦୦ ଟଙ୍କା ଖର୍ଚ୍ଚ ହେଉଥିବାର ପରିବାର ପକ୍ଷରୁ ଖବର ମିଳିଛି। ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ. ତାଙ୍କ ପରିବାର ପକ୍ଷେ ଦୈନିକ ୨୦,୦୦୦ ଟଙ୍କା ଖର୍ଚ୍ଚ  କରିବା ପାଇଁ  କଷ୍ଟକର ହୋଇପଡିଛି। ପରିବାର ଲୋକଙ୍କୁ ସରକାର ଓ ସହୃଦୟ ବ୍ୟକ୍ତିଙ୍କ  ଆର୍ଥିକ ସାହାଯ୍ୟ ଓ ସହଯୋଗ ହୋଇପାରିଲେ ଶିଶୁଟିର ଜୀବନ ବଞ୍ଚି ଯାଇ ପାରନ୍ତା। ତେବେ ଯେଉଁ ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହୁଁଥିବେ ତେବେ ନିମ୍ନରେ ଦିଆଯାଇଥିବା ଆକାଉଣ୍ଟ ବା ଫୋନ୍‌ ପେ ରେ କରି ପାରିବେ।

Bank name-syndicate bank salipur, Account no-80932210020453, IFSC code-SYNB0008093, Account holder name-abhaya Behera, Phone pe no-9861484284, Contacts no-9861484284/ 8480944012

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.