Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଯାହାକୁ ରଖିବେ ଅନନ୍ତ…୧୨ ମହଲା ଉପରୁ ଖସିପଡିଲା ୨ ବର୍ଷର ଶିଶୁ, ଫିଲ୍ମ ଷ୍ଟାଇଲ୍‌ରେ କ୍ୟାଚ୍ କରିନେଲେ ଡ୍ରାଇଭର : ଭିଡିଓ ଭାଇରାଲ

2/03/2021 at 9:49 PM

ନୂଆଦିଲ୍ଲୀ ୦୨/୦୩ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏହି ଲୋକବାଣୀ ପ୍ରାୟ ସମସ୍ତେ ଶୁଣିଥିବେ । ବେଳେବେଳେ ଭଗବାନଙ୍କ ରୂପରେ ମଣିଷ ମଧ୍ୟ ଜୀବନ ବଞ୍ଚାଇଦେଇଥାନ୍ତି ଯାହାଙ୍କୁ କି ମଣିଷରୂପୀ ଭଗବାନ ବୋଲି କୁହାଯାଏ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ । କିଭଳି ଭାବେ ମୃତ୍ୟୁର ଅତି ନିକଟରୁ ଫେରିଆସିଛି ଏକ କୋମଳମତୀ ଜୀବନ । ଏକ ବିଲ୍ଡିଂର ୧୨ତମ ମହଲାରୁ ଖସିପଡିଥିବା ଶିଶୁକୁ ଉଦ୍ଧାର କରିଛନ୍ତି ଜଣେ ଡେଲିଭରୀ ଡ୍ରାଇଭର ।

ସୋସିଆଲ ମିଡିଆରେ ଏହି ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଜିନିଷ ପତ୍ର ପହଞ୍ଚାଇବା ପାଇଁ ଆସିଥିବା ଜଣେ ଡ୍ରାଇଭର ନିଜ ଟ୍ରକରେ ଅପେକ୍ଷା କରିଥିଲେ । ତେବେ କିଛି ସମୟ ପରେ ଶିଶୁର କାନ୍ଦିବା ଶଦ୍ଦ ଶୁଣିବାକୁ ପାଇଥିଲେ ଡ୍ରାଇଭରଜଣକ । ଗାଡିରୁ ବହାରକୁ ଆସି ଦେଖନ୍ତି ତ ଗୋଟିଏ ଶିଶୁ ବାଲକୋନୀକୁ ଧରି ଓହଳି ରହିଛି । ଶିଶୁଟିର ହାତ ଖସିଯିବା କ୍ଷଣି ଡ୍ରାଇଭରଜଣକ ତଳେ ଶିଶୁଟିକୁ ଧରିନେଇଥିଲେ ।

ଏହା ପରେ ଡ୍ରାଇଭର ଗ୍ନୁୟେନ୍‌ ନାର୍ଗାସ୍‌ କହିଛନ୍ତି, ସେ ଜିନିଷ ପତ୍ର ଦେବା ପାଇଁ ଗାଡି ଭିତରେ ହିଁ ଅପେକ୍ଷା କରିଥିଲେ । ସେତେବେଳେ ଶିଶୁଟିର କାନ୍ଦ ଶୁଣି ବିଲ୍‌ଡିଂର ତଳକୁ ଆସିଥିଲେ ଏବଂ ଶିଶୁଟି ଖସିଯିବା ଦେଖି ଦୌଡିଯାଇ କ୍ୟାଚ୍‌ କରିନେଇଥିଲେ । ଶିଶୁଟିକୁ ଉଦ୍ଧାର କରାଯିବାପରେ ତୁରନ୍ତ ହସ୍ବିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

୧୬୪ ଫୁଟ୍‌ ତଳକୁ ଖସିପଡିଥିଲେ ସୁଦ୍ଧା ଗ୍ନୁୟେନ୍‌ ନାର୍ଗାସ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶିଶୁଟିର ଜୀବନ ବଞ୍ଚିଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ନାର୍ଗାସ୍‌ଙ୍କୁ ଭୂରିଭୂରି ପ୍ରଶଂସା କରାଯାଇଛି । ତାଙ୍କର ଉପସ୍ଥିତ ବୁଦ୍ଧି ଏବଂ ଉଦ୍ୟମ ଯୋଗୁଁ ଶିଶୁଟି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷାପାଇଯାଇଥିଲା ।

   Related Posts